ଆଉ ୧୫ଜଣଙ୍କ ମୃତ୍ୟୁ, ୧୪୬୯ରେ ପହଞ୍ଚିଲା ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪ଶହ ଟପିଛି। ଆଜି ଆଉ ୧୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୪୬୯ରେ ପହଞ୍ଚିଛି। ଆଜି ଘୋଷଣା ହୋଇଥିବା ମୃତକଙ୍କ ମଧ୍ୟରେ ବାଲେଶ୍ବରରୁ ସର୍ବାଧିକ ୪ଜଣ ରହିଛନ୍ତି। ଏହା ସହ କଟକରୁ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ଜଗତସିଂହପୁରରୁ ୨ଜଣ, ଭୁବନେଶ୍ବର ଏବଂ ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁବରଣ କରିଥିବା ଅନ୍ୟ ୪ଜଣଙ୍କ ସୂଚନା ଦେଇନାହିଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ।

ମୃତକଙ୍କ ମଧ୍ୟରୁ ୫ଜଣ ମଧୁମେହ ରୋଗରେ ପୀଡ଼ିତ ଥିଲେ। ତେବେ ୧୫ଜଣଙ୍କ ମୃତ୍ୟୁ ସହ ଆଜି ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୨୨୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୫୧୭ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୭୦୩ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।

୧୨୨୦ ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୩ ଲକ୍ଷ ୫ ହଜାରରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୨୩୪୧ ଥିବାବେଳେ ୨୯୧୧୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୪୮ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୫୦୭୭୧୧୯ ଟି କରୋନା ପରୀକ୍ଷା କରାଯାଇଛି ।

The post ଆଉ ୧୫ଜଣଙ୍କ ମୃତ୍ୟୁ, ୧୪୬୯ରେ ପହଞ୍ଚିଲା ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା first appeared on Sambad.



from ରାଜ୍ୟ – Sambad https://ift.tt/2GPNxOZ

Post a Comment

0 Comments