ଚଳନ୍ତା ରେଳ ଆଗରେ ଶୋଇ ମହିଳାଙ୍କ ଆତ୍ମହତ୍ୟା

ନାଲ୍‌କୋନଗର: ବୁଧବାର ସକାଳେ ଅନଗୁଳ ଜିଲ୍ଲା ବନରପାଳ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମ ଦେଇ ଯାଇଥିବା ରେଳ ଲାଇନ୍‌ରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି।
ମୃତା ମହିଳା ହେଉଛନ୍ତି ୫୪ ବର୍ଷୀୟ ଗୀତାଞ୍ଜଳି ରାଉତ।

ଆତ୍ମହତ୍ୟା କରିବାକୁ ମନସ୍ଥ କରିଥିବା ଗୀତାଞ୍ଜଳି ରେଳ ଧାରଣା ପାର୍ଶ୍ୱ ଅରମାବଣରେ ଲୁଚି ରହିଥିଲେ। ଧୀରେ ଧୀରେ ଚାଲୁଥିବା ରେଳଗାଡ଼ିଟି ଗୀତାଞ୍ଜଳି ଛପିଥିବା ସ୍ଥାନରେ ପହଞ୍ଚିବା ମାତ୍ରେ ସେ ବାହାରି ଆସି ଧାରଣା ଉପରେ ଲୋଟି ପଡ଼ିଥିଲେ। ଫଳରେ ରେଳଗାଡ଼ି ଚାପାରେ ତାଙ୍କ ଦେହ ମୁଣ୍ଡ କଟି ଅଲଗା ହୋଇଯାଇଥିଲା।
ରେଳ ଚାଳକ ଏ ସଂକ୍ରାନ୍ତରେ ନାଲ୍‌କୋ ସୁରକ୍ଷାକର୍ମୀ ସିଆଇଏସ୍‌ଏଫ୍‌କୁ ସୂଚନା ଦେଇଛନ୍ତି।

The post ଚଳନ୍ତା ରେଳ ଆଗରେ ଶୋଇ ମହିଳାଙ୍କ ଆତ୍ମହତ୍ୟା first appeared on Sambad.



from ରାଜ୍ୟ – Sambad https://ift.tt/3fxGM1h

Post a Comment

0 Comments