
ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯାଇଛି। ତିର୍ତ୍ତୋଲରେ ବିଜେଡି ତାର ଦବ୍ଦବା ବଜାୟ ରଖିଥିଲା ବେଳେ ବାଲେଶ୍ବର ଆସନଟି ବିଜେପି ଠାରୁ ଛଡ଼ାଇ ଆଣିଛି। ଫଳାଫଳ ଜଣାପଡ଼ିବା ପରେ ଆଜି ସନ୍ଧ୍ୟାରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ କର୍ମକର୍ତ୍ତାମାନେ ଉତ୍ସବ ମନାଇଥିଲେ। ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ସ୍ଲୋଗାନ୍ରେ ବିଜେଡି କାର୍ଯ୍ୟାଳୟ କମ୍ପିଥିଲା। ସମସ୍ତେ ପରସ୍ପରକୁ ମିଠା ଖୁଆଇ ନୃତ୍ୟ କରୁଥିବାର ଦେଖାଯାଇଥିଲା। ବିଜେଡିର କିଛି ବିଧାୟକ ମଧ୍ୟ କାର୍ଯ୍ୟାଳୟକୁ ଆସି କର୍ମକର୍ତ୍ତାମାନଙ୍କ ସହ ସାମିଲ୍ ହୋଇଥିଲେ।

କିନ୍ତୁ ବିଜେପି ଓ କଂଗ୍ରେସ ପାଇଁ ଏହି ଫଳାଫଳ ନୈରାଶ୍ୟଜନକ ହୋଇଥିବା ଉଭୟ ଦଳର ରାଜ୍ୟ କାର୍ଯ୍ୟାଳୟ ଶୂନ୍ଶାନ୍ ଥିଲା। କୌଣସି ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ କାର୍ଯ୍ୟାଳୟରେ ଦେଖିବାକୁ ମିଳି ନ ଥିଲା।
The post ବିଜେଡି କାର୍ଯ୍ୟାଳୟରେ ଉତ୍ସବ; ବିଜେପି, କଂଗ୍ରେସ କାର୍ଯ୍ୟାଳୟ ଶୂନ୍ଶାନ୍ first appeared on Sambad.
from ରାଜ୍ୟ – Sambad https://ift.tt/3kquEA0
0 Comments