
ବାଲେଶ୍ୱର/ଚାନ୍ଦିପୁର : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସବ୍ସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ପରୀକ୍ଷଣ ବିଫଳ ହୋଇଛି। ଭାରତୀୟ ପ୍ରତିରକ୍ଷା ଏବଂ ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ କୁହାଯାଇଛି ଯେ, କାହିଁକି ବିଫଳ ହୋଇଛି ସେ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି।
ଅନ୍ୟ ଏକ ଇଂରାଜୀ ସରାବରାହ ସଂସ୍ଥାର ରିପୋର୍ଟ ଅନୁସାରେ,ଧାର୍ଯ୍ୟ ସମୟର ୮ ମିନିଟ୍ ବିଳମ୍ବ ତଥା ଯାନ୍ତ୍ରିକ ତ୍ରୁଟି କାରଣରୁ ପରୀକ୍ଷଣକୁ ବନ୍ଦ କରାଯାଇଛି। ସୂଚନା ମୁତାବକ, ଚୀନ ଏବଂ ପାକିସ୍ତାନ ପଟୁ ବଢୁଥିବା ବିପଦକୁ ଲକ୍ଷ୍ୟ କରି ଭାରତ ଏକ ଦୂର ଲକ୍ଷ୍ୟଭେଦୀ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ତିଆରି କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ମିଜାଇଲ କଣ୍ଟ୍ରୋଲ ରେଜିମ(ଏମ୍ଟିସିଆର)ଯୋଗୁଁ ଏଭଳି କ୍ଷେପଣାସ୍ତ୍ର ବିକାଶ କରିବାକୁ ଅନ୍ୟ ଦେଶର ସହଯୋଗ ମିଳିପାରିନଥିଲା। ଏହାବାଦ୍ ଡିଆରଡିଓ ଏକାକୀ ‘ନିର୍ଭୟ’ ସବ୍ସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବିକଶିତ କରିଛି। ତେବେ, ବିଫଳତା ପରେ ପୁଣିଥରେ ପରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି।
The post କ୍ରୁଜ୍ କ୍ଷେପଣାସ୍ତ୍ର ‘ନିର୍ଭୟ’ର ପରୀକ୍ଷଣ ବିଫଳ first appeared on Sambad.
from ରାଜ୍ୟ – Sambad https://ift.tt/370ySv6
0 Comments