
ଭୁବନେଶ୍ବର : ପୂର୍ବତଟ ରେଳପଥ ଅଧୀନରେ ଓ ଏହାର ଅଧିକାର କ୍ଷେତ୍ରରେ ଥିବା ଜମି ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକରେ ମହାପ୍ରବନ୍ଧକ ବିଦ୍ୟାଭୂଷଣ ଆଜି ମୁଖ୍ୟ ଇଞ୍ଜିନିୟର(ସାଧାରଣ)ଙ୍କ ଅଧ୍ୟକ୍ଷତାରେ ରେଳପଥର ଲ୍ୟାଣ୍ଡ ରେକର୍ଡ ଟାସ୍କଫୋର୍ସ ଗଠନ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ସମସ୍ତ ତିନୋଟି ବିଭାଗର ଇଷ୍ଟେଟ୍ ଅଧିକାରୀ, ଖୋର୍ଦ୍ଧା ରୋଡ୍, ୱାଲଟିୟର ଓ ସମ୍ବଲପୁର ରେଳମଣ୍ଡଳ ସହ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା, ଉପମହାପ୍ରବନ୍ଧକ(ସାଧାରଣ) ଏହି ଲ୍ୟାଣ୍ଡ ରେକର୍ଡ ଟାସ୍କଫୋର୍ସର ସଦସ୍ୟ ଭାବେ ରହିବେ। ୨୦୨୧ ମାର୍ଚ୍ଚ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ କହିଛନ୍ତି।
ଏହି ଟାସ୍କଫୋର୍ସର ଉଦ୍ଦେଶ୍ୟ ହେଲା, ମୋଟ ଜମିର ତାଲିକା ପ୍ରସ୍ତୁତ କରିବା ବ୍ୟତୀତ ପୂର୍ବତଟ ରେଳପଥର ପରିସୀମା ମଧ୍ୟରେ ଥିବା ରାଜ୍ୟ ତଥା ଜିଲ୍ଲା ଅନ୍ତର୍ଗତ ମୋଟ ଜମିର ଓ ଲିଜ୍ ମାଧ୍ୟମରେ ଦିଆଯାଇଥିବା ଜମିଗୁଡ଼ିକର ସଠିକ ହିସାବ ରଖିବା। ପୂର୍ବତଟ ରେଳପଥର ଲ୍ୟାଣ୍ଡ ରେକର୍ଡ ଟାସ୍କଫୋର୍ସ ପ୍ରତ୍ୟେକ ଜମି କିମ୍ବା ଲିଜ୍ ପ୍ଲଟ୍ ପାଇଁ ଚୁକ୍ତିନାମା ଓ ଲିଜ ଅଧିଗ୍ରହଣ ଜମିଗୁଡ଼ିକର ପ୍ରାମାଣିକୀକରଣର ବ୍ୟବସ୍ଥା କରିବ। ଏହାବ୍ୟତୀତ ପ୍ରତ୍ୟେକ ଜିଲ୍ଲାରେ ଥିବା ଜମି, ଅର୍ଥାତ୍ ଟ୍ରାକ୍ ଓ ୟାର୍ଡ, ଆବାସିକ, ଶିଳ୍ପ ଇତ୍ୟାଦି ପାଇଁ ଉପଯୋଗୀ ତାଲିକା ପ୍ରସ୍ତୁତ କରିବ। ଏଥିସହ ପ୍ରତ୍ୟେକ ରେଳବାଇ ଜମିର ନିର୍ଦ୍ଧାରଣକୁ ସୁନିଶ୍ଚିତ କରି ବାଉଣ୍ଡ୍ରି/ଯଥେଷ୍ଟ ଦୂରତା ବିଶିଷ୍ଟ ଫେନ୍ସିଂ ପୋଷ୍ଟ/ଆରସିସି ସ୍ତମ୍ଭ ସହ ସୀମା କାନ୍ଥ ମଧ୍ୟରେ କଣ୍ଟା ତାର ବାଡ଼ ଦେବା ସମ୍ବନ୍ଧରେ ଯୋଜନା କରାଯିବ।
The post ପୂର୍ବତଟ ରେଳପଥର ଜମି ରେକର୍ଡ ପରିଚାଳନା ସୁଦୃଢ଼ ହେବ, ଲ୍ୟାଣ୍ଡ ରେକର୍ଡ ଟାସ୍କଫୋର୍ସ ଗଠନ first appeared on Sambad.
from ରାଜ୍ୟ – Sambad https://ift.tt/342OKLB
0 Comments