
ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ଲାଗି ତିନି ପ୍ରମୁଖ ନଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଥିବା ବେଳେ ଆଜି ସକାଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜି ସକାଳ ପ୍ରାୟ ସାଢେ ୬ଟା ସମୟରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସାଇକେଲରେ ଘର ଘର ବୁଲି ଖବରକାଗଜ ବାଣ୍ଟୁଥିବାର ଲକ୍ଷ୍ୟ କରାଯାଇଥିଲା।
ସେ ବାଲେଶ୍ୱର ସହରର କଚେରୀ ବଜାର, ନୂଆ ବଜାର ଓ ରାଣୀପାଟଣା ଅଞ୍ଚଳର କେତେକ ଘର ବୁଲି ଖବରକାଗଜ ବାଣ୍ଟିଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯେଉଁ ଲୋକଙ୍କ ଘରକୁ ଯାଉଥିଲେ ତାଙ୍କୁ ନିଜର ପରିଚୟ ଦେଇ ‘ଏବେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖୋଲିଲାଣି, ଆପଣମାନେ ଭ୍ରମଣରେ ଯାଆନ୍ତୁ’ ବୋଲି କହୁଥିବାର ଦେଖିବାକୁ ମିଳିଥିଲା।
ଏହାକୁ ନିର୍ବାଚନ ପ୍ରଚାରର ନିଆରା ଶୈଳୀ ବୋଲି କୁହାଯାଉଥିବା ବେଳେ ମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘କେବଳ ବିଭାଗୀୟ ମନ୍ତ୍ରୀ ଭାବେ ନିଜର ଦାୟିତ୍ବ ନିର୍ବାହ କରି ପର୍ଯ୍ୟଟନସ୍ଥଳୀ ଖୋଲିବା ସଂପର୍କରେ ସୂଚନା ଦେଇଛି। ମୋ’ ଦଳକୁ ଭୋଟ୍ ଦିଅନ୍ତୁ ବୋଲି କାହାରିକୁ କହିନାହିଁ।’
ବିଜେଡି ନେତା ଅରୁଣ ସ୍ବାଇଁଙ୍କ ନେତୃତ୍ବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କର ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
The post ଘର ଘର ବୁଲି ଖବରକାଗଜ ବାଣ୍ଟିଲେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ first appeared on Sambad.
from ରାଜ୍ୟ – Sambad https://ift.tt/2T4wMSq
0 Comments