
ସୋନପୁର/ ବୀରମହାରାଜପୁର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରା। ଭିଜିଲାନ୍ସ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ସୁବଳୟା ଥାନା ବଡ଼ଖମାର ଗ୍ରାମର ଲକ୍ଷ୍ମଣ ମହାକୁଡ ଗୁହାଳ ପାଇଁ ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଶ୍ରୀ ମହାକୁଡଙ୍କ ଆବଦେନ ପତ୍ରକୁ ଯାଞ୍ଚ କରି ପ୍ରମାଣପତ୍ର ଦେବାକୁ ବୀରମହାରାଜପୁର ବିଡିଓ ସୁବଳୟା ପ୍ରାଣୀ ଚିକିତ୍ସକଙ୍କ ପାଖକୁ ପଠାଇଥିଲେ। ଯାଞ୍ଚ ପ୍ରମାଣପତ୍ର ଦେବା ପାଇଁ ପ୍ରାଣୀ ଚିକିତ୍ସକ ଡା. ବେହେରା ଲକ୍ଷ୍ମଣଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଲକ୍ଷ୍ମଣ ଭିଜିଲାନ୍ସ ବିଭାଗରେ ଲିଖିତ ଅଭିଯୋଗ କରିଥିଲେ। ଲକ୍ଷ୍ମଣଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ସମ୍ବଲପୁର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଜାଲ ବିଛାଇଥିଲେ। ମଙ୍ଗଳବାର ଲକ୍ଷ୍ମଣ ସୁବଳୟା ପ୍ରାଣୀ ଚିକିତ୍ସାଳୟରେ ଡା. ଶ୍ରୀ ବେହେରାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଡା. ବେହେରାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ଉରେ ସୋନପୁର ଭିଜିଲାନ୍ସ ଡିଏସ୍ପି କାଦମ୍ବିନୀ ସାମଲ, ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀ, ଇନ୍ସପେକ୍ଟର ସଦାନନ୍ଦ ପାଣି, ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର ପ୍ରମୁଖ ସାମିଲ ଥିଲେ। ଆଜି ଅଭିଯୁକ୍ତ ପ୍ରାଣୀ ଚିକିତ୍ସକ ଡା. ବେହେରାଙ୍କୁ ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି।
The post ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରାଣୀ ଚିକିତ୍ସକ first appeared on Sambad.
from ରାଜ୍ୟ – Sambad https://ift.tt/3m6d997
0 Comments