ପାରଳାଖେମୁଣ୍ଡି: ମନ୍ଦିର ସାମ୍ନାରେ ପୁଲିସ୍, ଠାକୁରାଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ

ପାରଳାଖେମୁଣ୍ଡି: କୋଭିଡ୍ କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବା ବେଳେ ଦଶହରା ସମୟରେ ଏହାର ପ୍ରଭାବ ପାରଳା ସହରରେ ଦେଖିବାକୁ ମିଳିଛି। ଗତକାଲି ଠାରୁ ସମସ୍ତ ମନ୍ଦିରର ସାମ୍ନାରେ ପୁଲିସ ପ୍ରହରା ଦେଇଛି। ଏପରି ଆଜି ସକାଳୁ ବିଭିନ୍ନ ଦେବୀ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଦର୍ଶନ ପାଇଁ ମନା କରିବା ସହ ପୁଲିସ ମନ୍ଦିରର କବାଟ ବନ୍ଦ କରିଦେଇଥିବା ଜଣାଯାଇଛି। କେବଳ ପୂଜକ ହିଁ ମନ୍ଦିରଗୁଡ଼ିକ ଭିତରେ ଠାକୁରଙ୍କ ନୀତିକାନ୍ତ କରିବେ ଏବଂ ଅନ୍ୟ କୌଣସି ବ୍ୟକ୍ତି ପ୍ରବେଶ କରି ପାରିବେ ନାହିଁ ବୋଲି ପୁଲିସ କହିଛି।

ଏପରିକି ସହରର ସମସ୍ତ ଦୁର୍ଗା ମେଢ଼ ଏବଂ ଠାକୁରାଣୀ ମନ୍ଦିରର ସମ୍ମୁଖରେ ୨ପ୍ଲାଟନ୍ ଫୋର୍ସ ମୁତୟନ ହୋଇଥିବାର ସୂଚନା ମିଳିଛି।

The post ପାରଳାଖେମୁଣ୍ଡି: ମନ୍ଦିର ସାମ୍ନାରେ ପୁଲିସ୍, ଠାକୁରାଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ first appeared on Sambad.



from ରାଜ୍ୟ – Sambad https://ift.tt/2HoefP6

Post a Comment

0 Comments