ସମ୍ପତ୍ତି ହିସାବ ୩ କୋଟି, ଅଧ୍ୟାପକ ଗିରଫ

ପାରଳାଖେମୁଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଆଜି ଗଜପତି ଜିଲ୍ଲା ଗୁରାଣ୍ଡି ମୀନକେତନ ଡିଗ୍ରି ମହାବିଦ୍ୟାଳୟ ଏଜୁକେସନ୍‌ ଅଧ୍ୟାପକ ଏମ. ନାଗେଶ୍ବର ରାଓଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତକାଲି ତାଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ତାଙ୍କ ପାଖରୁ ନଗଦ ୩୧ଲକ୍ଷ ଟଙ୍କା ମିଳିଥିବା ବେଳେ ବିପୁଳ ବ୍ୟାଙ୍କ୍‌ ଜମା, ଲକର୍‌ ଆଦି ଠାବ ହୋଇଥିଲା। ଅନ୍ୟ ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ମିଶାଇ ପାଖାପାଖି ୩ କୋଟି ଟଙ୍କାର ସମ୍ପତ୍ତି ଥିବା ଦୁର୍ନୀତି ନିବାରଣ ବିଭାଗ ହିସାବରୁ ଜାଣି ପାରିଥିଲା। ଏ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଅଧ୍ୟାପକଙ୍କୁ ବ୍ରହ୍ମପୁର ନିଆଯାଇଥିଲା। ବ୍ରହ୍ମପୁର ଭିଜିଲାନ୍ସ କେସ୍‌ ନମ୍ବର ୧୭/୨୦୨୦ରେ ଏକ ମୋକଦ୍ଦମା ରୁଜୁ କରାଯାଇ ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ଶ୍ରୀ ରାଓ ଅଧ୍ୟାପନା ସହ ପ୍ଲଟ୍‌ ବ୍ୟବସାୟ ଚଳାଇଥିଲେ। ଭିଜିଲାନ୍ସ ବିଭାଗର ଚଢ଼ଉ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

The post ସମ୍ପତ୍ତି ହିସାବ ୩ କୋଟି, ଅଧ୍ୟାପକ ଗିରଫ first appeared on Sambad.



from ରାଜ୍ୟ – Sambad https://ift.tt/3o5mIXT

Post a Comment

0 Comments