ଯୁକ୍ତ ୩ ନାମଲେଖା ଅବଧି ୧୭ ଯାଏ ବୃଦ୍ଧି

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯୁକ୍ତ୩ (ଡିଗ୍ରି) କଲେଜର ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ୧୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ଏନେଇ ସବିଶେଷ ବିବରଣୀ ସୋମବାର ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପର୍ଫମାନ୍ସ ଟ୍ରାକିଂ ସେଲ୍‌ ମୁଖ୍ୟ ମିହିର ଦାଶ ସୂଚନା ଦେଇଛନ୍ତି।

ଜାତୀୟ ଶିକ୍ଷା ନୀତି ଉପରେ ଖୁବ୍‌ଶୀଘ୍ର ଦିଆଯିବ ମତ
ଭୁବନେଶ୍ୱର : ଜାତୀୟ ଶିକ୍ଷାନୀତି ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଠାରୁ ମତାମତ ଲୋଡ଼ା ଯାଇଛି। ତାହାକୁ ଆଧାର କରି ୧୦ଦିନ ତଳେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଜାତୀୟ ଶିକ୍ଷା ନୀତି-୨୦୨୦ ଉପରେ ବିଚାରବିମର୍ଶ କରୁଛନ୍ତି। ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସାମିଲ ହୋଇଛନ୍ତି। ଏଥିସହ ଅଧିକ ଅନୁଧ୍ୟାନ ଲାଗି ୬ଟି ସବ୍‌ କମିଟିରେ ବି ଗଠିତ ହୋଇଛି। କମିଟି ରିପୋର୍ଟ ଦେବା ପରେ ଜାତୀୟ ଶିକ୍ଷାନୀତି ପ୍ରଚଳନ ନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି।



from ରାଜ୍ୟ – Sambad https://ift.tt/3lu2ipg

Post a Comment

0 Comments