ଏକାମ୍ର କ୍ଷେତ୍ରରେ ବିକାଶମୂଳକ କାମର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର: ରାଜଧାନୀ ଏକାମ୍ର କ୍ଷେତ୍ରର ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍। ଆଜି ଭୋର ସମୟରେ ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନ୍ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନତିମୂଳକ କାମର ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଥିବା ବେଳେ ସମସ୍ତ ଜମି ଅଧିଗ୍ରହଣ କାମ ନଭେମ୍ୱର ସୁଦ୍ଧା ସରିବ ବୋଲି ଜଣାଯାଇଛି।

ଏହା ସହିତ ଏକ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଯୋଜନା ରହିଛି। ନଭେମ୍ୱର ମାସ ଶେଷ ସୁଦ୍ଧା ଏହି ଉନ୍ନତିମୂଳକ କାମ ଶେଷ କରିବା ଯୋଜନା ରଖାଯାଇଛି। ଏଣେ ମହାଶିବରାତ୍ରୀ ଆଗରୁ ରାସ୍ତା ପ୍ରଶସ୍ତିକରଣ କରାଯିବାର ଯୋଜନା ରହିଛି।

The post ଏକାମ୍ର କ୍ଷେତ୍ରରେ ବିକାଶମୂଳକ କାମର ସମୀକ୍ଷା କଲେ ୫-ଟି ସଚିବ first appeared on Sambad.



from ରାଜ୍ୟ – Sambad https://ift.tt/2JoGRs3

Post a Comment

0 Comments