୨୭ବର୍ଷ ପରେ ଲଳିତ କଳା ଏକାଡେମି ଆୟୋଜନ କରିବ ଫଟୋଗ୍ରାଫି ପ୍ରତିଯୋଗିତା

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଦୀର୍ଘ ୨୭ବର୍ଷ ପରେ ଫଟୋଗ୍ରାଫି ପ୍ରତିଯୋଗିତା ଓ ପୁରସ୍କାର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏକାଡେମି ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଫଟୋ ବିଶେଷଜ୍ଞମାନଙ୍କୁ ନେଇ ଆଜି ଏ ସଂକ୍ରାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଫଟୋଗ୍ରାଫର୍‌ ପ୍ରଫୁଲ୍ଲ ଚନ୍ଦ୍ର ଧୀର୍‌, ଫଟୋ ସାମ୍ବାଦିକ ସଞ୍ଜୀବ ମୁଖାର୍ଜୀ, ଚାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପଞ୍ଚାନନ ସାମଲ ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଫଟୋଗ୍ରାଫର୍‌ମାନେ ୪ଟି ବିଷୟବସ୍ତୁ ଆଧାରିତ ୪ଟି ଫଟୋଚିତ୍ର ଅନଲାଇନ୍‌ରେ ପଠାଇବେ।

ବିଷୟ ରହିଛି, ଓଡ଼ିଶାର ଐତିହ୍ୟ ଓ ସ୍ଥାପତ୍ୟ, ପର୍ବ ପର୍ବାଣୀ, ବନ୍ୟଜନ୍ତୁ, ସଂସ୍କୃତି ଓ ପରମ୍ପରା। ୪ଟି ବଭାଗ ପାଇଁ ୪ଜଣ ଫଟୋଗ୍ରାଫର୍‌ଙ୍କୁ ୫୦ ହଜାର ଟଙ୍କା ଓ ୮ଟି ସାନ୍ତ୍ବନାମୂଳକ ପୁରସ୍କାର ବାବଦରେ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଏ ସମ୍ବନ୍ଧୀୟ ବିଜ୍ଞାପନ ଓ ନିୟମାବଳୀ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଏକାଡେମିର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

The post ୨୭ବର୍ଷ ପରେ ଲଳିତ କଳା ଏକାଡେମି ଆୟୋଜନ କରିବ ଫଟୋଗ୍ରାଫି ପ୍ରତିଯୋଗିତା first appeared on Sambad.



from ରାଜ୍ୟ – Sambad https://ift.tt/31ePQlA

Post a Comment

0 Comments