୨ ଦିନରେ ସାରା ଦେଶରୁ ବିଦାୟ ନେବ ମୌସୁମୀ

ଭୁବନେଶ୍ୱର : ଆସନ୍ତା ୨ଦିନ ଭିତରେ ସାରା ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଯିବ। ଗତ ସେପ୍ଟେମ୍ବର ଶେଷ ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ଦକ୍ଷିଣ-ପଶ୍ଚିମ ମୋସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଟ୍ରଫ ଲାଇନ୍‌ କଚ୍ ବେହାର, ଶ୍ରୀନିକେତନ, ରାଞ୍ଚି, ମଣ୍ଡଳା, ନରସିଂହପୁର, ଇନ୍ଦୋର, ବଲ୍ଲବ୍ ବିଦ୍ୟାନଗର୍ ଓ ପୋରବନ୍ଦର ହୋଇ ଗତି କରୁଛି। ଫଳରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାଡ଼ଖଣ୍ଡର ଅବଶିଷ୍ଟ ଅଂଶ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ ଓ ସମଗ୍ର ଉତ୍ତର ଆରବ ସାଗରରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ଏହାର ୨ ଦିନ ଭିତରେ ସାରା ଭାରତରୁ ମୌସୁମୀ ବିଦାୟ ନେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ଆକଳନ କହୁଛି, ଦୁଇ ଦିନ ହେଲା ରାଜ୍ୟରୁ ମୌସୁମୀ ଫେରିବା ଆରମ୍ଭ କରିଥିବା ବେଳେ ଆସନ୍ତା ଦୁଇ ଦିନ ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟରୁ ଅପସରିଯିବ। ଏ ଭିତରେ ରାଜ୍ୟରେ ପାଗ ମଧ୍ୟ ଶୁଖିଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଯାଇଛି। ମୟୂରଭଞ୍ଜର କୋଦଳା ଓ ବାରିପଦାଠାରେ ୨୦ମିମି ଲେଖାଏଁ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ରାଜ୍ୟର ଅଧିକାଂଶ ସ୍ଥାନରେ ଶୁଖିଲା ଓ ମେଘୁଆ ପାଗ ରହିଛି। ପରିବେଶ ଥଣ୍ଡା ରହିଛି। ପାରଳାଖେମୁଣ୍ଡିଠାରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି।

The post ୨ ଦିନରେ ସାରା ଦେଶରୁ ବିଦାୟ ନେବ ମୌସୁମୀ first appeared on Sambad.



from ରାଜ୍ୟ – Sambad https://ift.tt/37CxIpP

Post a Comment

0 Comments