ରାଉରକେଲାର ସମର୍ଥ ଜେଇଇ ଆଡଭାନ୍ସଡ ପରୀକ୍ଷାରେ ଓଡ଼ିଶା ସମେତ ପୂର୍ବଭାରତ ଟପର୍

ରାଉରକେଲା: ରାଉରକେଲା ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ର ଛାତ୍ର ସମର୍ଥ ଅଗ୍ରୱାଲ ଗତକାଲି ଫଳ ପ୍ରକାଶିତ ହୋଇଥିବା ଜେଇଇ ଆଡଭାନ୍ସଡ ପରୀକ୍ଷାରେ ସର୍ବଭାଭରତୀୟସ୍ତରରେ ୨୫ତମ ସ୍ଥାନ ଅଧିକାର କରି ଇସ୍ପାତ ସହରର ସୁନାମ ବୃଦ୍ଧି କରିଛନ୍ତି। ସେ ୩୯୬ରୁ ୩୧୩ ମାର୍କ ରଖି ଓଡ଼ିଶା ଟପର୍ ହେବା ସହିତ ପୂର୍ବଭାରତ ବା ଆଇଆଇଟି ଖଡ଼ଗପୁର ଜୋନ୍ର ଟପର୍ ମଧ୍ୟ ହୋଇଛନ୍ତି। ସମର୍ଥ ହେଉଛନ୍ତି ରାଉରକେଲାର ସିଭିଲ୍ ଟାଉନ୍‌ସିପ୍‌ରେ ରହୁଥିବା ବ୍ୟବସାୟୀ ସଂଜୟ ଅଗ୍ରୱାଲଙ୍କ ପୁଅ। ସେ ଦଶମ ଶ୍ରେଣୀ ପରେ ରାଜସ୍ଥାନର କୋଟାରେ କୋଚିଂ ନେଉଥିଲେ। ତେବେ କରୋନାର ପ୍ରକୋପ ବଢ଼ିବା ପରେ ଫେବ୍ରୁଆରି ଆରମ୍ଭରୁ ରାଉରକେଲା ଫେରି ଆସି ପରୀକ୍ଷା ପାଇଁ ଘରେ ନିଜେ ପ୍ରସ୍ତୁତି କରୁଥିଲେ। ପିଲାବେଳୁ ବିଜ୍ଞାନକୁ ଭଲ ପାଉଥିବା ସମର୍ଥଙ୍କର ପ୍ରିୟ ବିଷୟ ହେଉଛି ଗଣିତ। ସାଇକେଲ୍ ଚାଳନା ତାଙ୍କର ହବି। ଭବିଷ୍ୟତର ଯୋଜନା ସଂପର୍କରେ ପଚାରିଲେ ସେ କହନ୍ତି, ‘ବର୍ତ୍ତମାନ ତ ଇଂଜିନିୟରିଂ ପଢ଼ିବି, ତା’ପରେ ସ୍ଥିତି ଅନୁସାରେ ନିଷ୍ପତ୍ତି ନେବି।’ ସମର୍ଥ ନିଜ ସଫଳତାର ଶ୍ରେୟ ନିଜ ବାପା ମାଆ ଓ ଶିକ୍ଷକମାନଙ୍କ ପ୍ରେରଣାକୁ ଦେଇଛନ୍ତି।



from ରାଜ୍ୟ – Sambad https://ift.tt/36zqnqy

Post a Comment

0 Comments