ଶିକ୍ଷାନୁଷ୍ଠାନ ଖୋଲିବାକୁ ଏବିଭିପିର ଦାବି

ଭୁବନେଶ୍ବର: ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବା ଦାବିରେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିଶ୍ବବିଦ୍ୟାଳୟ ସମ୍ମୁଖ‌ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ମଦ ଦୋକାନ, ସପିଂ ମଲ୍, ନିର୍ବାଚନ ପାଇଁ ରାଜନୈତିକ ଦଳର ସଭାକୁ ଅନୁମତି ମିଳିଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ସରକାର କାହିଁକି ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ କିଛି ପଦକ୍ଷେପ ନେଉନାହାନ୍ତି ବୋଲି ପରିଷଦ ପ୍ରଶ୍ନ କରିଛି। ଦୀର୍ଘ ୮ମାସ ଘରେ ବନ୍ଦ ହୋଇ ରହିବା ଦ୍ବାରା ବିଦ୍ୟାର୍ଥୀଙ୍କ ମାନସିକ ସ୍ଥିତି ଖରାପ ହେବାରେ ଲାଗିଛି। କିନ୍ତୁ ସରକାର ନିଜ ସ୍ବାର୍ଥକୁ ପ୍ରୋତ୍ସାହନ ଦେଉଛନ୍ତି। ତେଣୁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ଯଦି ତୁରନ୍ତ ପଦକ୍ଷେପ ନ ନିଆଯାଏ, ତେବେ ଛାତ୍ରସମାଜ ରାସ୍ତାକୁ ଓହ୍ଲାଇବ ବୋଲି ଛାତ୍ର ନେତା ଭବରଞ୍ଜନ ବେହେରା କହିଛନ୍ତି।

ଆନ୍ଦୋଳନରେ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମାନସ କୁମାର ସାହୁ, ସଞ୍ଜୟ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରତନ କୁମାର ଦିଗଲ, ସ୍ଵୟଂଜିତ୍ ପଟ୍ଟନାୟକ, ରାଜେଶ୍ ପରିଡ଼ା, ଗୋପବନ୍ଧୁ ଜେନା, ସୁମନ୍ତ ବେହେରା, ଶିବଶକ୍ତି ଦିଗଲ, ସୁମନ୍ତ ନାୟକ, ସୁଧାଂଶୁ ସାହୁ, ପ୍ରଦୀପ କୁମାର ସ୍ବାଇଁ, ଆଶିଷ ରାଉତ, ବିନୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

The post ଶିକ୍ଷାନୁଷ୍ଠାନ ଖୋଲିବାକୁ ଏବିଭିପିର ଦାବି first appeared on Sambad.



from ରାଜ୍ୟ – Sambad https://ift.tt/34f05YR

Post a Comment

0 Comments