୫ରୁ ୫୬ଟି ‌କେନ୍ଦ୍ରରେ ଯୁକ୍ତ୨ ଇଚ୍ଛାଧୀନ ପରୀକ୍ଷା

ଭୁବନେଶ୍ୱର : ନଭେମ୍ବର ୫ରୁ ଯୁକ୍ତ୨ ଇଚ୍ଛାଧୀନ ପରୀକ୍ଷା ଆରମ୍ଭ ହେବ। ୩ ଦିନ ଧରି ଚାଲିବାକୁ ଥିବା ଏହି ପରୀକ୍ଷା ଲାଗି ସାରା ରାଜ୍ୟରେ ୫୬ଟି ପରୀକ୍ଷା କେନ୍ଦ୍ର ହୋଇଛି। କୋଭିଡ୍‌-୧୯ କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ। ଇଚ୍ଛାଧୀନ ପରୀକ୍ଷା ଲାଗି ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀ ହିଁ ଏହି ପରୀକ୍ଷା ଦେଇପାରିବେ।

ପରୀକ୍ଷା ପୂର୍ବରୁ ସମ୍ପୃକ୍ତ ଯୁକ୍ତ୨ କଲେଜରୁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ସଂଗ୍ରହ କରିପାରିବେ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ସେମାନଙ୍କୁ ମିଳିଥିବା ମାର୍କସିଟ୍‌, ସାର୍ଟିଫିକେଟ୍‌ ଓ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌କୁ ଶିକ୍ଷାନୁଷ୍ଠାନରେ ଦାଖଲ କରିବେ। ନାମ ଲେଖାଇସାରିଥିବା ଛାତ୍ରଛାତ୍ରୀ ଅଣ୍ଡରଟେକିଂ ଦେଇ ପରୀକ୍ଷା ଦେଇପାରିବେ। ଏହି ଇଚ୍ଛଧୀନ ପରୀକ୍ଷାରେ ଯେଉଁ ମାର୍କ ମିଳିବ ତାକୁ ଚୂଡ଼ାନ୍ତ ଭାବେ ଗଣନା କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

The post ୫ରୁ ୫୬ଟି ‌କେନ୍ଦ୍ରରେ ଯୁକ୍ତ୨ ଇଚ୍ଛାଧୀନ ପରୀକ୍ଷା first appeared on Sambad.



from ରାଜ୍ୟ – Sambad https://ift.tt/35bZuqp

Post a Comment

0 Comments