
ରାୟଗଡ଼ା: ରାୟଗଡ଼ା ସହରରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି। ରାୟଗଡ଼ା ସହରରେ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ଥିବା ମହାଲକ୍ଷ୍ମୀ ହୋଟେଲର କାନ୍ଥ ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା ଯୋଗୁ ଏପରି ଅଘଟଣ ଘଟିଛି। ଘଟଣାରେ ମାଲିକ ବିରଞ୍ଚି ନାରାୟଣ ସାହୁ ଓ କର୍ମଚାରୀ ଜୟ ସାହୁ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ହୋଟେଲର ବହୁ ସାମଗ୍ରୀ ବି ନଷ୍ଟ ହୋଇଛି। ଗତକାଲି ଅପରାହ୍ନରୁ ବର୍ଷା ଲାଗି ରହିଥିବା ବେଳେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ଜଣାଯାଇଛି। କାନ୍ଥ ଭୁଶୁଡ଼ିବା ପରେ ଟିଣ ଛାତ ତଳେ ପଡ଼ି ଯାଇଥିଲା। ଛାତ ଭୁଶୁଡ଼ିବା ପରେ ହୋଟେଲ୍ ମାଲିକ ଓ କର୍ମଚାରୀ ବାହାରକୁ ଦୌଡ଼ି ପଳେଇ ଆସି ଚିତ୍କାର କରିଥିଲେ। ଆଖପାଖରେ ଥିବା ଲୋକ ଆସି ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଘଟଣା ଏବେ ରାୟଗଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
The post ରାୟଗଡ଼ା: ଭୁଶୁଡ଼ିଲା ହୋଟେଲ୍, ମାଲିକ ଓ କର୍ମଚାରୀ ଗୁରୁତର first appeared on Sambad.
from ରାଜ୍ୟ – Sambad https://ift.tt/31aIQGe
0 Comments