
ବଲାଙ୍ଗୀର: ଓଡ଼ିଶା ଘରୋଇ ଆଇଟିଆଇ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଡକ୍ଟର ଅରୁଣ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଇଟିଆଇରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଫିଜ ନେଇ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଘରୋଇ ଆଇଟିଆଇ ସଂଘ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରାଯାଇଥିଲା। ଝିଅମାନଙ୍କ ପାଇଁ ସୁଦକ୍ଷା ଯୋଜନା କରାଯାଇଛି। ତେବେ ତାହା ସରକାରୀ ଆଇଟିଆଇରେ ଲାଗୁ କରାଯାଇଛି। ଏହି ଯୋଜନାକୁ ଘରୋଇ ଆଇଟିଆଇରେ କାର୍ଯ୍ୟକାରୀ କରିବାକୁ ସଂଘର ସଦସ୍ୟମାନେ ଦାବି କରିଛନ୍ତି।
ଆଇଟିଆଇ ଛାତ୍ରଛାତ୍ରୀମାନେ ସବୁ ସମୟରେ ପ୍ରାକ୍ଟିକାଲ କ୍ଲାସ୍ କରିଥାନ୍ତି। ଏଣୁ ଅନଲାଇନ ପରୀକ୍ଷାକୁ ସଂଘ ବିରୋଧ କରିଛି । ଅନଲାଇନ ପରୀକ୍ଷାକୁ ବାତିଲ କରିବାକୁ ସଂଘ ଦାବି କରିଛି । ଯଦି ଏ ଦିଗରେ ଦୃଷ୍ଟି ଦିଆନଗଲେ ସଂଘ ଦିଲ୍ଲୀ ଜନ୍ତରମନ୍ତରଠାରେ ଧାରଣା ଦେବ ବୋଲି ନିଷ୍ପତ୍ତି ନେଇଛି । କଟକରେ ହୋଇଥିବା ଏହି ବୈଠକରେ ସଂଘର ସଂପାଦକ ଦେବାଶିଷ ଆଚାର୍ଯ୍ୟ, ଉପସଭାପତି ସଂଜୟ ଦାସ, ମିଲନ ମହାପାତ୍ର, ରଜନୀ ପାତ୍ରଙ୍କ ସହ ବଲାଙ୍ଗୀର ସମେତ ପଶ୍ଚିମାଞ୍ଚଳର ଘରୋଇ ଆଇଟିଆଇର କର୍ତ୍ତୃପକ୍ଷମାନେ ଯୋଗଦେଇଥିଲେ ।
The post ଆଇଟିଆଇରେ ଅନଲାଇନ ପରୀକ୍ଷା ବାତିଲ ଦାବି first appeared on Sambad.
from ରାଜ୍ୟ – Sambad https://ift.tt/31bmmoO
0 Comments