ଦାଦାବଟି ଆଦାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ବର: କମିସନରେଟ ପୁଲିସ୍ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଜଣେ ଲୋକ ନିଜର ଘର ତିଆରି କରୁଥିବା ବେଳେ ତାଙ୍କଠାରୁ ୨୦ ହଜାର ଟଙ୍କାର ଦାଦାବଟି ମାଗୁଥିଲେ ରାଜା। ଏକାଧିକ ବାର ଦାଦାବଟି ଦେବା ପରେ ଉକ୍ତ ବ୍ୟକ୍ତ ଅତିଷ୍ଠ ହୋଇ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ୍ ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିଲା। ରାଜାଙ୍କୁ କ୍ୟାପିଟାଲ ଥାନାରେ ପୁଲିସ୍ ଜେରା କରୁଥିବା ଜଣାଯାଇଛି।

The post ଦାଦାବଟି ଆଦାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ଗିରଫ first appeared on Sambad.



from ରାଜ୍ୟ – Sambad https://ift.tt/3nYzFmb

Post a Comment

0 Comments