ଯୁକ୍ତ୨ ସ୍ପଟ୍‌ ନାମଲେଖା ଆଜି

ଭୁବନେଶ୍ୱର : ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଖାଲି ଥିବା ସିଟ୍‌ ଲାଗି ଶୁକ୍ରବାର ସ୍ପଟ୍‌ ନାମଲେଖା‌ ଅନୁଷ୍ଠିତ ହେବ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ବଳକା ଥିବା ସିଟ୍‌ ପାଇଁ ଏହି ନାମଲେଖା କରାଯିବ। ଏଥିପାଇଁ ଆଜି ସନ୍ଧ୍ୟାରେ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ପ୍ରକାଶ ପାଇଛି। ତାଲିକାରେ ଯୋଗ୍ୟ ଛାତ୍ରଛାତ୍ରୀ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନାମଲେଖା ହେବ। ଅକ୍ଟୋବର ୧୭ ସନ୍ଧ୍ୟା ୬ଟା ସୁଦ୍ଧା ଯୁକ୍ତ୨ କ‌ଲେଜ କର୍ତ୍ତୃପକ୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଦାଖଲ କରିବେ।

The post ଯୁକ୍ତ୨ ସ୍ପଟ୍‌ ନାମଲେଖା ଆଜି first appeared on Sambad.



from ରାଜ୍ୟ – Sambad https://ift.tt/3dwIaQL

Post a Comment

0 Comments