ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା କୋଭିଡ୍‌ ଚିକିତ୍ସା ସୁବିଧା

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି। ହେଲେ ଆଗକୁ ଶୀତଦିନ ଆସୁଥିବାରୁ ସଂକ୍ରମଣର ଦ୍ବିତୀୟ ଲହରିକୁ ଏଡ଼ାଇ ଦେଇହେବ ନାହିଁ। ଏ ନେଇ ବିଶେଷଜ୍ଞମାନେ ମଧ୍ୟ ବାରମ୍ବାର ସତର୍କ କରାଉଛନ୍ତି। ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର କୋଭିଡ୍‌ ଚିକିତ୍ସା ସୁବିଧା(ଫାସିଲିଟି)କୁ ଆସନ୍ତା ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ବୈଷୟିକ କମିଟି ଏଭଳି ପ୍ରସ୍ତାବ ଦେଇଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚଳିତମାସ ୧ତାରିଖରୁ ଏହି ବୃଦ୍ଧିକୁ କାର୍ଯ୍ୟକାରୀ କରାଯାଇଛି।

କରୋନାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ ହସ୍ପିଟାଲ, କୋଭିଡ୍‌ କେୟାର ହୋମ୍, କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା। ତେବେ ସଂକ୍ରମଣ ହ୍ରାସ ଯୋଗୁଁ ଯେଉଁସବୁ ଟିଏମ୍‌ସି ଓ କୋଭିଡ୍‌ କେୟାର ହୋମ୍/ସେଣ୍ଟରରେ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି ସେସବୁକୁ ବନ୍ଦ କରିବା ଲାଗି ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଥିଲା। ତେବେ ଏବେ ଜାରି ହୋଇଥିବା ଚିଠିରେ କୋଭିଡ୍‌ ଫାସିଲିଟି ଗୁଡ଼ିକରେ ଗତ ଦୁଇ ସପ୍ତାହ ହେବ ୫୦ ପ୍ରତିଶତରୁ ମଧ୍ୟ କମ୍ ରୋଗୀ ଅଛନ୍ତି। ଏ ଦୃଷ୍ଟିରୁ ସାଧାରଣ ଶଯ୍ୟାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିବା ଲାଗି କୁହାଯାଇଛି। ମାତ୍ର ଆଇସିୟୁ, ମାତୃକାଳୀନ ଓଟି, ଲେବର ରୁମ୍, ଡାଏଲିସିସ୍ ପ୍ରଭୃତିରେ କୌଣସି କାଣ୍ଟଛାଣ୍ଟ ନ କରିବା ଲାଗି କୁହାଯାଇଛି।

The post ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା କୋଭିଡ୍‌ ଚିକିତ୍ସା ସୁବିଧା first appeared on Sambad.



from ରାଜ୍ୟ – Sambad https://ift.tt/3oBYjJz

Post a Comment

0 Comments