
ଭୁବନେଶ୍ବର: କରୋନା ସଙ୍କଟ କାଳରେ ପ୍ରଭାବିତ ଟ୍ରକ୍ମାଲିକମାନଙ୍କ ପାଇଁ ସରକାର ମୋଟର ଯାନ କର ପ୍ରଦାନ ସମୟରେ କୋହଳ କରିଛନ୍ତି। ଅକ୍ଟୋବରରୁ ଡିସେମ୍ବର ତିନିମାସ ପାଇଁ କର ଦାଖଲ ସମୟ ଅବଧିକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏଥିପାଇଁ ଟ୍ରକ୍ମାଲିକମାନଙ୍କୁ କୌଣସି ଜରିମାନା ଦେବାକୁ ପଡ଼ିବନି। ଏ ନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ମାଲ୍ପରିବହନ କରୁଥିବା ଗାଡ଼ିଗୁଡ଼ିକ ବର୍ଷକୁ ୪ ଥର ସରକାରଙ୍କୁ ମୋଟର ଯାନ କର ଦେଇଥାନ୍ତି। ଟ୍ରକ୍ର ଦକ୍ଷତା ଭିତ୍ତିରେ ଏହି କର ୨୬୧୦ ଟଙ୍କାରୁ ୧୩ ହଜାର ୨୫୦ ପର୍ଯ୍ୟନ୍ତ ପଡ଼ିଥାଏ। ପ୍ରତି ତିନିମାସରେ ଥରେ ଏହି କର ଦେବା ପାଇଁ ଏକ ତାରିଖ ଧାର୍ଯ୍ୟ ହୋଇଥାଏ। ଏହି ଧାର୍ଯ୍ୟ ତାରିଖରୁ ବିଳମ୍ବ ହେଲେ ଜରିମାନା ସହ ଦାଖଲ କରିବାକୁ ହୁଏ। ଏହି ଜରିମାନା ୨୫ ପ୍ରତିଶତରୁ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଦେବାକୁ ହୋଇଥାଏ। ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ତିନିମାସିଆ କର ଦାଖଲ ପାଇଁ ଅକ୍ଟୋବର ୧୫ ଶେଷ ତାରିଖ ରହିଥିଲା। ଏହାପରେ ଦାଖଲ କରିଥିଲେ ଜରିମାନା ଦେବାକୁ ପଡ଼ିଥାନ୍ତା। ଏଣୁ ସରକାରଙ୍କର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟ୍ରକ୍ମାଲିକ ସଂଘ ସଭାପତି ପ୍ରଣବ ପରିଜା।
The post ଟ୍ରକ୍ ପାଇଁ ମୋଟର ଯାନ କର ଦାଖଲ ସମୟ ଅବଧି ବଢ଼ିଲା first appeared on Sambad.
from ରାଜ୍ୟ – Sambad https://ift.tt/3dmd6D6
0 Comments