
ଭୁବନେଶ୍ୱର : ଆସନ୍ତା ୩ ତାରିଖରେ ବାଲେଶ୍ବର ଓ ତିର୍ତ୍ତୋଲରେ ଉପନିର୍ବାଚନ। ଏଠାରେ ଭୋଟ୍ ଗ୍ରହଣ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ମତଦାନ ପାଇଁ କେବଳ ଚିରିକୁଟି କିମ୍ବା ଫଟୋ ଭୋଟର୍ ସ୍ଲିପ୍ ଯଥେଷ୍ଟ ନୁହେଁ। ଏଥି ପାଇଁ ୧୨ଟି ବିକଳ୍ପ ପରିଚୟ ପତ୍ରର ତାଲିକାର ଜାରି କରିଛନ୍ତି ନିର୍ବାଚନ କମିସନ୍।
ଏହି ପରିଚୟପତ୍ରଗୁଡ଼ିକ ହେଲା ଭୋଟର୍ ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫଟୋ ଥିବା ସରକାରୀ ଚାକିରି କ୍ଷେତ୍ରର ପରିଚୟ ପତ୍ର, ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ର ପାସ୍ବୁକ୍, ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସ୍ବାସ୍ଥ୍ୟ ବୀମା ସ୍ମାର୍ଟକାର୍ଡ, ସାଂସଦ ଓ ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର, ଏମ୍ଏନ୍ଆର୍ଜିଏର ଜବ୍କାର୍ଡ, ଫଟୋ ଥିବା ପେନ୍ସନ୍ ଦସ୍ତାବିଜ୍, ଏନ୍ପିଆର୍ ସ୍ମାର୍ଟକାର୍ଡ, ପାସ୍ପୋର୍ଟ, ପାନ୍ କାର୍ଡ ଓ ଆଧାର କାର୍ଡ। ଏହା ମଧ୍ୟରୁ ଯେ କୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ଭୋଟର୍ ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି।
The post ମତଦାନ ପାଇଁ ୧୨ଟି ବିକଳ୍ପ ପରିଚୟପତ୍ର first appeared on Sambad.
from ରାଜ୍ୟ – Sambad https://ift.tt/3ecPUaK
0 Comments