କଣ୍ଟାବାଞ୍ଜି: ୩ ଚୋର ଗିରଫ, ୭ ମୋଟର ସାଇକେଲ ଜବତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଦୀର୍ଘ ଦିନ ହେଲା କଣ୍ଟାବାଞ୍ଜି ଥାନା ସହ ଆଖପାଖ ଥାନାରେ ଅଞ୍ଚଳରୁ ମୋଟର ସାଇକେଲ ଚୋରି କରୁଥିବା ଏକ ରାକେଟକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଏହା ସହ ୭ଟି ମୋଟର ସାଇକେଲ ଉଦ୍ଧାର କରାଯାଇଛି । ଏନେଇ ରବିବାର ସନ୍ଧ୍ୟା ସମୟରେ କଣ୍ଟାବାଞ୍ଜି ପୁଲିସ ଷ୍ଟେନରେ ଥାନା ଅଧିକାରୀ ସାମ୍ବାଦିକ ସମ୍ମିଳନିରେ ଆୟୋଜନ କରିଥିଲେ। ସମ୍ମିଳନୀରେ ଏସଆଇ ପ୍ରଦୀପ କୁମାର ଗୁରିଆ, ଏଏସଆଇ ପଞ୍ଚାନନ୍ଦ ଖୁଆସ ପ୍ରମୁଖ ଉପସ୍ଥିତ ଥିଲେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନା ଅଂଚଳରୁ ୨ଟି ମୋଟର ସାଇକେଲ, ମୁରିବାହାଲ ଥାନା ଅଂଚଳରୁ ୨, ତୁରେକେଲା ଥାନା ଅଂଚଳରୁ ୧ ଟି, ବେଲପଡ଼ା ଥାନା ଅଂଚଳରୁ ଗୋଟିଏ ମୋଟର ସାଇକେଲ ଚୋରି ହୋଇଥିଲା। ଅନ୍ୟ ଏକ ମୋଟର ସାଇକେଲ ଛତିଶଗଡ ଅଂଚଳର ବୋଲି ଜଣାପଡ଼ିଥିବା ବେଳେ କେଉଁ ଥାନାରେ ଅଭିଯୋଗ ହୋଇଛି ପୁଲିସ ତଦନ୍ତ ଜାରି ରଖିଛି । ତେବେ କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମାହାପତ୍ରଙ୍କ ନେତୃତ୍ବରେ ମୋଟର ସାଇକେଲ ଚୋରଙ୍କୁ ଗିରଫ କରିବାକୁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ଏହି ଦଳ ବିଭିନ୍ନ ସ୍ଥାନରେ ଚଢଉ କରି ଚୋରମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଗିରଫ ଚୋରମାନେ ହେଲେ ରାମୁଡଗାଁର ଶିବ ପ୍ରଧାନ (୨୪), କୁକୁଡାହାଡର ପ୍ରଭାତ କୁମାର ବେହେରା ( ୨୬) ଓ ହୀରାଲାଲ ପଟେଲ । ଏମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୁଚନା ଦେଇଛି। ତେବେ ଏହି ଚୋରିରେ ସାମିଲ ଥିବା ସୁରଥ ପଟେଲକୁ ପୁଲିସ ଅନ୍ୟ ଏକ ଚୋରି ମାମଲାରେ ପ୍ରଥମରୁ କୋର୍ଟ ଚାଲାଣ କରିସାରିଥିବା ଜଣାଯାଇଛି।

The post କଣ୍ଟାବାଞ୍ଜି: ୩ ଚୋର ଗିରଫ, ୭ ମୋଟର ସାଇକେଲ ଜବତ first appeared on Sambad.



from ରାଜ୍ୟ – Sambad https://ift.tt/3o7hWsH

Post a Comment

0 Comments