କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କ ୬ ଦିନିଆ ଓଡ଼ିଶା ଗସ୍ତ, ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ

ଭୁବନେଶ୍ୱର : ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଦେଶ କଂଗ୍ରେସ ରାଜ୍ୟ ପ୍ରଭାରୀ ସାଂସଦ ଏ.ଚେଲ୍ଲାକୁମାର। ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଭୁବନେଶ୍ବରରେ ରହଣି ସମୟରେ ସେ ଦଳର ବରିଷ୍ଠ ନେତା, ସଭାପତି, କଂଗ୍ରେସ ବିଧାୟକ ଦଳ ନେତା, ପୂର୍ବତନ ସଭାପତି, ମହିଳା କଂଗ୍ରେସ, କିଷାନ କଂଗ୍ରେସ ଓ ଛାମୁଆ ସଂଗଠନର ନେତାମାନଙ୍କ ସହ ଦଳର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାସହିତ ୧୦ ତାରିଖରେ ବାଲେଶ୍ବର ଗସ୍ତ କରି ଚାଷୀ ବଞ୍ଚାଅ ରାଲିରେ ଯୋଗଦେବା ସହ ବାଲେଶ୍ବର ସଦର ପାଇଁ ହେବାକୁ ଥିବା ଉପନିର୍ବାଚନ ବୈଠକରେ ଯୋଗଦେବେ। ଶ୍ରୀ ଚେଲ୍ଲାକୁମାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ନେଇ ପିସିସି ପକ୍ଷରୁ ସମୟସାରଣୀ ପ୍ରସ୍ତୁତ କରାଯାଇଛି।



from ରାଜ୍ୟ – Sambad https://ift.tt/2SrAOEp

Post a Comment

0 Comments