ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁକୂଳ

ପୁରୀ : ଦୀର୍ଘ ୨୬ ବର୍ଷ ପରେ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଆଜି ହରଚଣ୍ଡୀ ସାହିରେ ବେଶ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଛି। ସର୍ଵଦା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରି ଆସୁଥିବା ସେବକ ବଳରାମ ଖୁଣ୍ଟିଆଙ୍କ ଘରେ ବେଶ କାର୍ଯ୍ୟ ଚାଲିଛି। ଶ୍ରୀ ଖୁଣ୍ଟିଆଙ୍କ ଘରେ ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ବୈଦିକ ରୀତିରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଛି। ମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ସିଂହାରୀ ସେବକ, ଖୁଣ୍ଟିଆ ସେବକ ପ୍ରମୁଖଙ୍କ ଉପସ୍ଥିତିରେ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ବଳରାମ ଖୁଣ୍ଟିଆ ଓ ତାଙ୍କ ପରିବାର ଏହି ବେଶ ପ୍ରସ୍ତୁତ କରିବେ। ଏଥିପାଇଁ ଆଜି ବେଶ ତିଆରିରେ ସମ୍ପୃକ୍ତ ସେବକଙ୍କ ଶାଢ଼ୀ ବନ୍ଧା ନୀତି ସମ୍ପନ୍ନ ହୋଇଛି।

ସୂଚନାଯୋଗ୍ୟ , ଆସନ୍ତା ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁଛି। ୨୬ ବର୍ଷ ତଳେ ପଡ଼ିଥିବା ନାଗାର୍ଜୁନ ବେଶ ଦର୍ଶନ ବେଳେ ଶ୍ରୀମନ୍ଦିର ଭିତରେ ଦଳାଚକଟା ହୋଇଥିଲା।

The post ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁକୂଳ first appeared on Sambad.



from ରାଜ୍ୟ – Sambad https://ift.tt/3oyr4ai

Post a Comment

0 Comments