ତେଲ ନଦୀରୁ ନିଖୋଜ ଥିବା ଦୁଇ ଯୁବତୀଙ୍କ ଭିତରୁ ଜଣକର ମୃତଦେହ ମିଳିଲା

ବଲାଙ୍ଗୀର: ଗତ ୧୫ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାର ତୁଷୁରା ତେଲ ନଦୀରୁ ନିଖୋଜ ଥିବା ଦୁଇ ଯୁବତୀଙ୍କ ଭିତରୁ ଜଣକର ମୃତଦେହ ମିଳିଥିବା ଜଣାଯାଇଛି। ସୋନପୁର ଜିଲ୍ଲା ତରଭା ଥାନା ସିଂଘାରୀ ପଞ୍ଚାୟତ ଅର୍ନ୍ତଗତ ବଡତେଣ୍ଡା ଗାଁ ନଦୀ କୂଳରେ ଏହି ଶବ ପଡ଼ିଥିବାର ସୂଚନା ମିଳିଛି। ଉକ୍ତ ମୃତଦେହ ଆଞ୍ଚଲ ଅଗ୍ରଓ୍ବାଲଙ୍କର ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ସେହି ଅଞ୍ଚଳରେ ଏବେ ଲୋକଙ୍କ ଭିଡ଼ ବଢିବାରେ ଲାଗିଛି ।

ସୂଚନାଯୋଗ୍ୟ, ନିଖୋଜ ଦୁଇ ଭଉଣୀ ଗୁଡ଼ଭେଲା ଗାଁର ରାମତାର ଅଗ୍ରୱାଲଙ୍କ ଝିଅ । ତିନି ଭଉଣୀଙ୍କ ମଧ୍ୟରୁ ନଦୀକୁ ଡେଇଁଥିବା ଦୁଇ ଭଉଣୀ ବଡ଼ ଓ ମଝିଆଁ। ବଡ଼ ଭଉଣୀଙ୍କ ନାମ ଅନମୋଲ(୨୫ବର୍ଷ)। ସେ ବିବିଏ ପାଠ୍ୟକ୍ରମ ଶେଷ କରିଛନ୍ତି। ବିବାହ ପାଇଁ ପ୍ରସ୍ତାବ ଚାଲିଥିଲା। ମଝିଆଁ ଝିଅ ଆଞ୍ଚଲ(୨୧ବର୍ଷ)। ସେ ବଲାଙ୍ଗୀର ସିଏନ୍‌ସି କଲେଜରୁ ଚଳିତବର୍ଷ ବିକମ୍‌ ପାସ୍‌ କରିଥିଲେ।

ଦୁଇ ଭଉଣୀ ତୁଷୁରା ବୁଲିବାକୁ ଯାଉଛୁ କହି ସ୍କୁଟି ନେଇ ଘରୁ ବାହାରିଥିଲେ ଏବଂ ତେଲ ନଦୀ ପୋଲ ଉପରକୁ ଆସିଥିଲେ। ଏହାପରେ ସେମାନଙ୍କୁ ଆଉ କେହି ଦେଖି ନ ଥିଲେ। ପୋଲ ଉପରେ ସ୍କୁଟି (ଓଡି ୦୮ ଜି ୧୪୨୦) ରଖାଯାଇଥିବା ଦେଖାଯାଇଥିଲା। ସେଠାରେ ଉଭୟଙ୍କ ଚପଲ ମଧ୍ୟ ରହିଥିଲା। ପୁଲିସ ଚପଲ ଓ ସ୍କୁଟି ଜବତ କରି ଥାନାରେ ରଖିଥିଲା।

The post ତେଲ ନଦୀରୁ ନିଖୋଜ ଥିବା ଦୁଇ ଯୁବତୀଙ୍କ ଭିତରୁ ଜଣକର ମୃତଦେହ ମିଳିଲା first appeared on Sambad.



from ରାଜ୍ୟ – Sambad https://ift.tt/3lXv0zg

Post a Comment

0 Comments