
କୁକୁଡ଼ାଖଣ୍ଡି/ଆସିକା : ଅଧ ରାତିରେ ଡାକିଲେ ବି ସେ ଦୌଡ଼ି ଆସି ଯାଆନ୍ତି। ଯାହାର ଯାହା ସୁବିଧା ହେଉ କି ଅସୁବିଧା, ପ୍ରଥମେ ଖୋଜା ପଡ଼ନ୍ତି ସେ। ପିଲାଠୁ ବୁଢ଼ା, ସମସ୍ତଙ୍କର ସେ ନାନି। ସେ ହେଲେ – ସୁଜାତା ମିଶ୍ର ଓରଫ ଭାନୁ ନାନି। ବାପା ତାଙ୍କର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। କଳା ପ୍ରତି ରୁଚି ରଖୁଥିବା ମଣିଷ। ଭାରି ସରଳ ନିଷ୍କପଟ ସ୍ନେହୀ ବ୍ୟକ୍ତିଟିଏ। ତାଙ୍କର ଗୋଟିଏ ମାତ୍ର ଝିଅ ସୁଜାତା। ଡାକ ନାଁ ଭାନୁ।
ଜୀବନର ପ୍ରଥମ ପର୍ଯ୍ୟାୟରେ ଅଭିନୟ ଓ ମଞ୍ଚ ନାଟକ ପ୍ରତି ଭାନୁଙ୍କର ଥିଲା ଅହେତୁକ ଦୁର୍ବଳତା। ୯୦ ଦଶକର ସେ ଥିଲେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ। କିନ୍ତୁ ସମୟର ନିର୍ଦ୍ଦେଶ ଏବଂ ନିୟତିର ସଙ୍କେତରେ ଛାଡ଼ିଲେ ମଞ୍ଚ ଅଭିନୟ। ଜଣେ ଆଶାକର୍ମୀ ଭାବେ ନୂଆ ଦାୟିତ୍ବ ତୁଲାଇବା ଆରମ୍ଭ କଲେ। କୋଭିଡ଼୍ର କାୟାରେ ଗଞ୍ଜାମ ଫସି ରହିଥିବା ବେଳେ ଗାଁ ଗାଁ ବୁଲି ଗୀତଗାଇ ସଚେତନ କରିଥିଲେ ସୁଜାତା। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
କେବଳ ସୁଜାତା ନୁହନ୍ତି, ଆସିକା ବ୍ଲକ୍ ଗୁଣ୍ଠପଡ଼ା ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ ସବିତା ପାଢୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ସବିତା କରୋନା ଭଳି ମହାମାରି ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିଥିଲେ। ଏଣୁ, ଉଭୟଙ୍କୁ ନେଇ ଆଜି ଅଞ୍ଚଳବାସୀ ବେଶ୍ ଗୌରବାନ୍ବିତ ମନେ କରିବା ସହ ଅଭିନନ୍ଦନ ଜଣାଇଛନ୍ତି।
The post ଭାନୁ ନାନି ଓ ସବିତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା first appeared on Sambad.
from ରାଜ୍ୟ – Sambad https://ift.tt/34AR8JX
0 Comments