
ଭୁବନେଶ୍ୱର : ଆସନ୍ତା ନଭେମ୍ବର ତୃତୀୟ ସପ୍ତାହରେ ବିଧାନସଭାର ଶୀତ ଅଧିବେଶନ ବସିବ। ଅତି ବିଶ୍ବସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି। ତେବେ ଏଥର ବି କୋଭିଡ୍ କଟକଣା ଭିତରେ ବୈଠକ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ଏବେ ବି କରୋନା ପ୍ରଭାବ ରହିଛି। ଏଣୁ ଗତ ଅଧିବେଶନର ସମାନ ନିୟମ ଆସନ୍ତା ଅଧିବେଶନରେ ପାଳନ କରାଯିବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ଅନୁସାରେ ବର୍ଷକୁ ୬୦ଦିନ ବୈଠକ ନିଶ୍ଚିତ ବସିବ। ଚଳିତବର୍ଷ ଏଯାଏ ମୋଟ ୨୦ଟି ବୈଠକ ଅନୁଷ୍ଠିତ େହାଇଛି। ଏଣୁ ବିଧାନସଭା ଅଧିବେଶନ ତୃତୀୟ ସପ୍ତାହରେ ଅଧିବେଶନ ଆରମ୍ଭ ହେବା ନିଶ୍ଚିତ ହୋଇପଡ଼ିଛି। ନଭେମ୍ବର ୧୫ ତାରିଖରୁ ୧୯ ତାରିଖ ମଧ୍ୟରେ ଯେ ଅଧିବେଶନ କରିବା ଲାଗି କସରତ ଚାଲିଛି। ଏଯାଏ ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦିଆଯାଇନାହିଁ। ତେବେ ଏହି ସପ୍ତାହରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।
The post ତୃତୀୟ ସପ୍ତାହରେ ବିଧାନସଭା ଶୀତ ଅଧିବେଶନ first appeared on Sambad.
from ରାଜ୍ୟ – Sambad https://ift.tt/3mBiYLV
0 Comments