ବଗଲା ଧର୍ମଶାଳା ଜମି ବିବାଦ : ହାଇକୋର୍ଟରେ ଆଉ ଏକ ମିସ୍ କେସ୍ ଦାଖଲ

କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିକ୍ରିକୁ ବିରୋଧ କରି ଦାୟର ମାମଲାରେ ଆବେଦନକାରୀ ଜଗନ୍ନାଥ ବସ୍ତିଆ ଆଉ ଏକ ମିସ୍ କେସ୍ ଦାଖଲ କରିଛନ୍ତି। ମୂଳ ଆ‌ବେଦନରେ କେତେକ ସଂଶୋଧନ ପାଇଁ ସେ ହାଇକୋର୍ଟଙ୍କ ଅନୁମତି ଲୋଡିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ରାଜ୍ୟ ସରକାରଙ୍କୁ ଜମି ବିକ୍ରି କରିଥିବା ଲଜିଂ ମାଲିକଙ୍କ ତାଲିକା ସମେତ ସେମାନେ ପାଇଥିବା ଜମି, ଘର ମୂଲ୍ୟ ଏବଂ କ୍ଷତିପୂରଣ ସଂପର୍କିତ ତଥ୍ୟ ଆବେଦନକାରୀ ହାଇକୋର୍ଟରେ ଦାଖଲ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ରେ କରାଯିବା ପାଇଁ ସେପ୍ଟେମ୍ବର ୨୯ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।



from ରାଜ୍ୟ – Sambad https://ift.tt/34DAZlq

Post a Comment

0 Comments