ଯୁକ୍ତ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଲା

ଭୁବନେଶ୍ୱର : ଯୁକ୍ତ୩(ସ୍ନାତକ) କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। କୋଭିଡ୍‌-୧୯ ଯୋଗୁଁ ଦୁଇ ଥର ତାରିଖ ଘୁଞ୍ଚାଯିବା ପରେ ଗତ ୧୭ ତାରିଖରେ ନାମଲେଖା‌ ପ୍ରକ୍ରିୟା ସରିଛି। ରାଜ୍ୟର ୧୦୨୯ ଯୁକ୍ତ୩ କଲେଜର ୨ ଲକ୍ଷ ୪୯ ହଜାର ୭୯୦ ସିଟ୍‌ ପାଇଁ ନାମଲେଖା ହେଉଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୨୬ ହଜାର ୬୮୬ ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୨୩ ହଜାର ୧୦୪ ସିଟ୍‌ ଖାଲି ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

କଳା ବିଭାଗର ୧ ଲକ୍ଷ ୩୯ ହଜାର ୨୫ ସିଟ୍‌ ମଧ୍ୟରୁ ୭୮ ହଜାର ୫୩୦ ସିଟ୍‌ ପୂରଣ ହୋଇଛି। ସେହିପରି ଫିଜିକାଲ ସାଇନ୍ସରେ ୪୨ ହଜାର ୨୩୪ ସିଟ୍‌ ମଧ୍ୟରୁ ୧୭ ହଜାର ୬୭୩, ବାୟୋଲୋଜିକାଲ ସାଇନ୍ସର ୨୬ ହଜାର ୬୧୦ ସିଟ୍‌ ମଧ୍ୟରୁ ୧୨ ହଜାର ୭୪୭, ବାଣିଜ୍ୟରେ ୩୧ ହଜାର ୧୩୯ରୁ ୧୩ ହଜାର ୮୬୩, ସେଲ୍ଫ ଫାଇନାନ୍ସିଂରେ ୧୬୬୬ରୁ ୫୯୧ ଓ ସଂସ୍କୃତରେ ୯୧୧୬ରୁ ୩୨୮୨ ସିଟ୍‌ ପୂରଣ ହୋଇଛି। ଖାଲି ସିଟ୍‌ରେ ନାମଲେଖା ଲାଗି ଆସନ୍ତା ୨୨ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇବ।

The post ଯୁକ୍ତ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଲା first appeared on Sambad.



from ରାଜ୍ୟ – Sambad https://ift.tt/3o63SQg

Post a Comment

0 Comments