ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱର ଜିପିଏଚ୍ ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ସରକାରୀ କାର୍ଯ୍ୟାଳୟ ସମେତ ଛଅଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଜାରି ରହିଥିବାର ଖବର ମିଳିଛି। ଏଥିମଧ୍ୟରେ ନୟାପଲ୍ଲୀରେ ଥିବା ଦୁଇମହଲା କୋଠା, ବାଲିଅନ୍ତାର କାଞ୍ଚିଲୋରେ ଥିବା ଏକ ଆପାର୍ଟମେଣ୍ଟର ପ୍ଲଟ୍ ନଂ-୫୧, ନହରକଣ୍ଟାରେ ଥିବା ଏକମହଲା ଘର, ତାଙ୍କର ସରକାରୀ କାର୍ଯ୍ୟାଳୟ, ଖୁରୁଣ୍ଟିରେ ଥିବା ସଂପର୍କୀୟଙ୍କ ଘର ଏବଂ ବ୍ରହ୍ମପୁର ଥାନା ଅନ୍ତର୍ଗତ ଅଯୋଧ୍ୟା ନଗରରେ ଥିବା ପୈତୃକ ଘର ଆଦି ରହିଛି।
ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ଉ କରାଯାଇଥିବା ଜଣାଯାଇଛି। ଏହି ଚଢ଼ଉ ସମୟରେ କେତେ ପରିମାଣର ସଂପତ୍ତି ଠାବ ହୋଇଛି, ତାହା ଏଯାବତ୍ ଜଣାପଡ଼ିନାହିଁ।
The post ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଛଅଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ first appeared on Sambad.
from ରାଜ୍ୟ – Sambad https://ift.tt/2Hgyaiz
0 Comments