
କୁଚିଣ୍ଡା: ତିନିଦିନ ପରେ କୁଚିଣ୍ଡା ପୋଷ୍ଟ୍ ଅଫିସ୍ ଏଟିଏମରୁ ନାଗସାପ ଉଦ୍ଧାର ହୋଇଥିବାର ଖବର ମିଳିଛି । ରେଞ୍ଜର୍ ଗଗନ ମଲ୍ଲିକ ସାପକୁ ଧରି ଜଙ୍ଗଲରେ ନେଇ ଛାଡ଼ିଛନ୍ତି। ପୋଷ୍ଟ୍ ଅଫିସ୍ ଏଟିଏମ ଭିତରେ ସାପ ଥିବା ଯୋଗୁଁ ତିନିଦିନ ଧରି ଏଟିଏମ ବନ୍ଦ ରହିଥିଲା।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ସହର ପଞ୍ଚମୁଖୀ ଛକଠାରେ ଥିବା ପୋଷ୍ଟ ଅଫିସ୍ ଏଟିଏମ ଭିତରେ ଗତ ୧୯ ତାରିଖ ସନ୍ଧ୍ୟାରେ ଏକ ନାଗସାପ ପଶିଯାଇଥିଲା। ଏହାପରେ ଲୋକେ ଭୟରେ ଏହି ଏଟିଏମରୁ ଟଙ୍କା ଉଠାଇବାକୁ ଯାଉନ ଥିଲେ। ତେବେ ପୋଷ୍ଟ ଅଫିସ ଷ୍ଟାଫ୍ ୨୪ଘଣ୍ଟା ଲୋକଙ୍କ ସୁରକ୍ଷା ପାଇଁ ଏଟିଏମ୍ ସମ୍ମୁଖରେ ଜଗି ବସିଥିଲେ। ବନ୍ୟ ବିଭାଗକୁ ସାପକୁ ଏଟିଏମ ଭିତରୁ ବାହାର କରିବାକୁ ମଧ୍ୟ କୁହାଯାଇଥିଲା। ବନ୍ୟ ବିଭାଗର କର୍ମଚାରୀମାନେ ନାଗସାପକୁ ଏଟିଏମ୍ ଭିତରୁ ଧରିବାରେ ପ୍ରଥମେ ବିଫଳ ହୋଇଥିଲେ। ତେବେ ପାଖାପାଖି ୭୨ ଘଣ୍ଟା ପରେ ପୋଷ୍ଟ ଅଫିସ୍ ଏଟିଏମ ଭିତରୁ ସାପକୁ ଉଦ୍ଧାର କରିବାରେ ସଫଳତା ମିଳିଥିଲା।
The post ତିନିଦିନ ପରେ କୁଚିଣ୍ଡା ପୋଷ୍ଟ୍ ଅଫିସ୍ ଏଟିଏମରୁ ଉଦ୍ଧାର ହେଲା ନାଗସାପ first appeared on Sambad.
from ରାଜ୍ୟ – Sambad https://ift.tt/3dKlM6u
0 Comments