
ଭୁବନେଶ୍ବର: ରାଜ୍ୟବ୍ୟାପୀ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହୋଇଥିବା ଏସ୍ସିବି ମେଡିକାଲ କଲେଜର ରେସିଡେଣ୍ଟ ଓ ପିଜି ଡାକ୍ତରଙ୍କୁ ୪ମାସର ଦରମା ଦିଆଯାଇ ନାହିଁ। ସ୍ବାସ୍ଥ୍ୟ ବିଭାଗର କଡ଼ା ତାଗିଦ ସତ୍ବେ କୌଣସି କାରଣ ନ ଥାଇ ମଧ୍ୟ ଡାକ୍ତରମାନଙ୍କ ଦରମାକୁ ଅଟକାଇ ରଖାଯାଇଛି। ପିଜି ଶେଷ କରିଥିବା ୧୧୧ଜଣ ସିନିୟର ରେସିଡେଣ୍ଟଙ୍କୁ ରାଜ୍ୟ ସରକାର କରୋନା ପାଇଁ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରିଥିଲେ। ତେବେ ଗତ ଜୁନ୍ ମାସରୁ ସେମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିଲେ ହେଁ, ସେମାନଙ୍କୁ ଏ ପର୍ଯ୍ୟନ୍ତ ଦରମା ମିଳିନାହିଁ। ସେମାନଙ୍କ ଚଳିବା କଷ୍ଟକର ହୋଇ ପଡ଼ିଲାଣି। ତଥାପି ସରକାରୀ ସ୍ତରରେ ଏହାର ସମାଧାନ ବାହାରି ପାରିନାହିଁ। ରେସିଡେଣ୍ଟ ଡାକ୍ତର ସଂଘର (ଆରଡିଏ)ର ସଭାପତି ଡା.ହରମୋହନ ବାରିକ କହିଛନ୍ତି, ପିଜି ଶେଷ କରି ସିନିୟର ରେସିଡେଣ୍ଟ ଡାକ୍ତର ଭାବେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ଏବେ ଜିଲ୍ଲାସ୍ତରରେ କୋଭିଡ୍ ଡ୍ୟୁଟି କରିବାକୁ ପଡ଼ୁଛି। ମାତ୍ର ପିଜି ଶେଷ କରିବା ପରେ ରେସିଡେଣ୍ଟ ଡାକ୍ତର ନିଯୁକ୍ତି ହେବା ପର୍ଯ୍ୟନ୍ତ ଯେଉଁ ପ୍ରଶାସନିକ କାଗଜପତ୍ର କାମ ଏବେ ବି ଶେଷ ହୋଇନାହିଁ। ୧୧୧ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୨୮ଜଣଙ୍କ କାଗଜପତ୍ର କାମ ବାକି ରହିଛି। ନିର୍ଦ୍ଦିଷ୍ଟ ଭାବେ କେବେ ଦରମା ମିଳିବ ତାହା ସଂପର୍କରେ ଏସ୍ସିବି କର୍ତୃପକ୍ଷ ସ୍ପଷ୍ଟ କରି ନ ଥିବା ଡା. ବାରିକ କହିଛନ୍ତି।
The post ଡାକ୍ତରଙ୍କୁ ମିଳିନି ୪ମାସର ଦରମା first appeared on Sambad.
from ରାଜ୍ୟ – Sambad https://ift.tt/312hNNk
0 Comments