
ଭୁବନେଶ୍ୱର: କଟକ- ଭୁବନେଶ୍ୱର ଜାତୀୟ ରାଜପଥରେ ଜଳିଗଲା ଏକ ଟ୍ରକ୍। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠସ୍ଥ ପାହାଳରେ ଘଟିଛି ଏହି ଘଟଣା। ଏକ ବାଲି ବୋଝେଇ ଟ୍ରକ୍ ଜଳିଯାଇଥିବାର ଖବର ମିଳିଛି । ଟ୍ରକଟି କଟକରୁ ଭୁବନେଶ୍ୱର ଆଡ଼କୁ ଆସୁଥିବା ବେଳେ ହାଠତ୍ ପାହାଳ ଛକ ନିକଟରେ ଇଞ୍ଜିନରୁ ଧୂଆଁ ବାହାରିଥିଲା।
ଏହା ଦେଖି ଡ୍ରାଇଭର୍ ଓ ହେଲପର୍ ଗାଡ଼ି ଅଟକାଇ ଡେଇଁ ପଡ଼ିଥିଲେ। ତା’ପରେ ଟ୍ରକଟି ଜଳିବାକୁ ଆରମ୍ଭ କରିଥିଲା। ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁରେ ଟ୍ରକଟି ସଂପୂର୍ଣ୍ଣ ଜଳିଯାଇଛି। ତେବେ କିପରି ଏହି ଅଘଟଣ ଘଟିଥିଲା, ତାହା ଏଯାଏ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।
The post ରାସ୍ତାରେ ଜଳିଗଲା ଟ୍ରକ୍, କାରଣ ଅସ୍ପଷ୍ଟ first appeared on Sambad.
from ରାଜ୍ୟ – Sambad https://ift.tt/3lXoZ5t
0 Comments