ତିର୍ତ୍ତୋଲ ଓ ବାଲେଶ୍ବରରେ ଭର୍ଚୁଆଲ ରାଲି କରିବେ ନବୀନ

ଭୁବନେଶ୍ବର: ବାଲେଶ୍ବର ସଦର ଓ ଜଗତସିଂହପୁର ତିର୍ତ୍ତୋଲ ଆସନ ଲାଗି ହେଉଥିବା ନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯିବେ ନାହିଁ। ବରଂ ଭର୍ଚୁଆଲ ପ୍ରଚାର କରିବେ। ଆସନ୍ତାକାଲି ଅର୍ଥାତ୍ ୨୮ ତାରିଖରେ ନବୀନ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିବେ। ଏଥିପାଇଁ ଦଳୀୟ ପ୍ରସ୍ତୁତି ଆପାତତଃ ଶେଷ ହୋଇଛି ଓ ନେତାମାନେ ନିର୍ବାଚନମଣ୍ଡଳୀରେ ବ୍ୟାପକ ଆୟୋଜନ କରିଛନ୍ତି। ସେହିଭଳି ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ବାଲେଶ୍ବର ସଦର ଆସନ ଲାଗି ଦଳୀୟ ପ୍ରାର୍ଥୀ ସ୍ବରୂପ ଦାସଙ୍କ ଲାଗି ଅନୁରୂପ ଢଙ୍ଗରେ ପ୍ରଚାର କରିବେ। କୋଭିଡ୍ ନିୟମ ଅନୁଯାୟୀ ସମୁଦାୟ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସମାଗମ ପାଇଁ ବ୍ୟାପକ ଆୟୋଜନ କରାଯାଇଛି।

The post ତିର୍ତ୍ତୋଲ ଓ ବାଲେଶ୍ବରରେ ଭର୍ଚୁଆଲ ରାଲି କରିବେ ନବୀନ first appeared on Sambad.



from ରାଜ୍ୟ – Sambad https://ift.tt/3kCEYWh

Post a Comment

0 Comments