ତିର୍ତୋଲ : ଅସନ୍ତୁଷ୍ଟ ବିଜେପି କର୍ମୀଙ୍କ ଢେଲାମାଡ଼, ଭୃଗୁ ବକ୍ସିପାତ୍ରଙ୍କ ଗାଡ଼ିର କାଚ ଭାଙ୍ଗିଲା

ତିର୍ତୋଲ : ତିର୍ତୋଲରେ ଆଜି ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ଗାଡ଼ି ଉପରକୁ ଢେଲାମାଡ଼ ହୋଇଛି। ରାତି ପ୍ରାୟ ୮ଟା ବେଳେ ଜଣେ ଯୁବକ ଶ୍ରୀ ବକ୍ସିପାତ୍ରଙ୍କ ଗାଡ଼ି ଉପରକୁ ଢେଲାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଯୁବକଜଣକ ଅସନ୍ତୁଷ୍ଟ ବିଜେପି କର୍ମୀ ବୋଲି କୁହାଯାଉଛି।

ଖବର ମୁତାବକ, ଉପ-ନିର୍ବାଚନ ପରିପ୍ରେକ୍ଷୀରେ ସରଣୀ ଆନନ୍ଦ ମଣ୍ତପ ପରିସରରେ ବିଜେପି ପକ୍ଷରୁ ନିର୍ବାଚନ କାର୍ଯ୍ୟାଳୟ କରାଯାଇଛି। ଆଜି ସଂଧ୍ୟାରେ ଉକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀ ବକ୍ସିପାତ୍ର ନିଜ କାର୍‌ (ଓଆର୍‌-୦୨ ବିଡ଼ବ୍ଲ୍ୟୁ-୦୦୦୭)ରଖି କାର୍ଯ୍ୟାଳୟ ଭିତରକୁ ଯାଇଥିଲେ। ଏହି ସମୟରେ ଜଣେ ଅସନ୍ତୁଷ୍ଟ ବିଜେପି କର୍ମୀ ମଣ୍ତପସ୍ଥିତ କାର୍ଯ୍ୟାଳୟରେ ପଶି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲା। ଏହାପରେ କାର୍ଯ୍ୟାଳୟରୁ ବାହାରି ତାଙ୍କ ଗାଡ଼ିକୁ ଢେଲାମାଢ଼ କରି ଫେରାର୍‌ ହୋଇଯାଇଥିଲା। ଢେଲାମାଡ଼ରେ ଶ୍ର ବକ୍ସିପାତ୍ରଙ୍କ ଗାଡ଼ିର ସମ୍ମୁଖ କାଚ ଭାଙ୍ଗିଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶ୍ରୀ ବକ୍ସିପାତ୍ର କିମ୍ବା ବିଜେପି ଦଳ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି। ତେବେ, ମଣ୍ତପର ମାଲିକ ଏ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ ଜାରି ରଖିଛି।

The post ତିର୍ତୋଲ : ଅସନ୍ତୁଷ୍ଟ ବିଜେପି କର୍ମୀଙ୍କ ଢେଲାମାଡ଼, ଭୃଗୁ ବକ୍ସିପାତ୍ରଙ୍କ ଗାଡ଼ିର କାଚ ଭାଙ୍ଗିଲା first appeared on Sambad.



from ରାଜ୍ୟ – Sambad https://ift.tt/2FG8VWn

Post a Comment

0 Comments