
କିଶୋର ନଗର: ଅନୁଗୁଳ ଜିଲ୍ଲାର କିଶୋରନଗର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ୫୫ ନମ୍ବର ଜାତୀୟ ରାଜପଥ ବାମୁର ନିକଟରେ ଆଜି ସକାଳେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।
ଦୁର୍ଘଟଣାରେ ଜଣେ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିଥିବା ବେଳେ ଆହତଙ୍କ ପରିଚୟ ଏଯାବତ୍ ମିଳି ନାହିଁ। ମୃତକଙ୍କ ନାମ ପ୍ରକାଶ ନାୟକ ଓ ତାଙ୍କର ବୟସ ୩୨ ବର୍ଷ। ତାଙ୍କର ଘର ହଣ୍ଡପା ଥାନାର କୁଆଝରି ଗାଁରେ ବୋଲି ଜଣାଯାଇଛି। ଆହତଙ୍କୁ କିଶୋର ନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The post ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା: ଜଣେ ଚାଳକଙ୍କ ପ୍ରାଣହାନି, ଆଉ ଜଣେ ଗୁରୁତର first appeared on Sambad.
from ରାଜ୍ୟ – Sambad https://ift.tt/37z0uaE
0 Comments