ଡିସେମ୍ବର ୭ରୁ ଓଡ଼ିଶା ପ୍ରଶାସନିକ ସେବା ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଡିସେମ୍ବର ୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍) ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଓସିଏସ୍-୨୦୧୯ର ପ୍ରିଲିମନାରି ପରୀକ୍ଷାଫଳ ଜୁନ୍ ୨୪ ତାରିଖରେ ପ୍ରକାଶ ପାଇଥିବା ବେଳେ ୧୮୮୦ ଜଣ ସେଥିରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନେ ଏହି ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ପୂର୍ବରୁ ଏହା ସେପ୍ଟେମ୍ବରରେ ହେବାର ଥିବା ବେଳେ କରୋନା ସ୍ଥିତି ଯୋଗୁଁ ନଭେମ୍ବର ମାସକୁ ଘୁଞ୍ଚି ଥିଲା। ଏବେ ଡିସେମ୍ବର ୭ରୁ ପରୀକ୍ଷା ହେବ ବୋଲି କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

The post ଡିସେମ୍ବର ୭ରୁ ଓଡ଼ିଶା ପ୍ରଶାସନିକ ସେବା ମୁଖ୍ୟ ଲିଖିତ ପରୀକ୍ଷା first appeared on Sambad.



from ରାଜ୍ୟ – Sambad https://ift.tt/3jB3Jkw

Post a Comment

0 Comments