
ପଦ୍ମାଳୟାଙ୍କୁ ଫୋନ୍ରେ ଧମକ ଦେଉଥିଲେ ସରକାରୀ ଅଧିକାରୀ
ବୌଦ୍ଧ ଥାନାରେ କରିବେ ଅଭିଯୋଗ
ଭୁବନେଶ୍ୱର : ବେଶ୍ କିଛି ଦିନ ଶାନ୍ତ ପଡ଼ିବା ପରେ ଆଦିତ୍ୟ ମୃତ୍ୟୁ ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆଜି ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ଚିନ୍ମୟୀଙ୍କୁ କ୍ରାଇମ୍ବ୍ରାଞ୍ଚ ଜେରା କରିଛି। କଟକ ମୁଖ୍ୟ କାର୍ଯ୍ୟାଳୟରେ ହୋଇଥିବା ଦୀର୍ଘ ଏକ ଘଣ୍ଟାର ଜେରାରେ ଅନେକ ବ୍ୟକ୍ତିଗତ ତଥ୍ୟ ହାସଲ କରିଛି କ୍ରାଇମ୍ବ୍ରାଞ୍ଚ। ଆଦିତ୍ୟଙ୍କ ସହ କିଭଳି ସମ୍ପର୍କ ଥିଲା? ପ୍ରେମ ସମ୍ପର୍କ ଏକତରଫା ଥିଲା କି? ବାହାଘର ପର୍ଯ୍ୟନ୍ତ କଥା ଯାଇଥିଲା କି? ଯଦି ଯାଇଥିଲା ତେବେ ଭାଙ୍ଗିଲା କାହିଁକି? ଟିକ୍-ଟକ୍ ଭିଡିଓରେ ଦେଇଥିବା ଧମକ କାହା ପାଇଁ? ଆଦିତ୍ୟକୁ ଏଭଳି ଧମକ ଦିଆ ଯାଇଥିଲା କି? ଆଦିତ୍ୟ ମୃତ୍ୟୁ ପଛରେ କାହାର ହାତ ବୋଲି ସନ୍ଦେହ କରୁଛ? ଆଦିତ୍ୟ ମୃତ୍ୟୁ ପାଇଁ ପରିବାରବର୍ଗଙ୍କ ସନ୍ଦେହ କେତେଦୂର ଯଥାର୍ଥ? ଏଭଳି ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି ଚିନ୍ମୟୀ। ଏହା ଛଡ଼ା କ୍ରାଇମ୍ବ୍ରାଞ୍ଚକୁ ମଧ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଯାହା ଆଗକୁ ତଦନ୍ତରେ ସହାୟକ ହେବ ବୋଲି ଚିନ୍ମୟୀ ଆଶାବାଦୀ ଅଛନ୍ତି। ଆଗକୁ ସେ କ୍ରାଇମ୍ବ୍ରାଞ୍ଚକୁ ତଦନ୍ତରେ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରିବେ ବୋଲି କହିଛନ୍ତି। ଆଜି ପୂର୍ବାହ୍ନରେ ତାଙ୍କ ଓକିଲ ଚିନ୍ମୟ ମହାନ୍ତିଙ୍କ ସହ ସେ କଟକ ଯାଇ କ୍ରାଇମ୍ବ୍ରାଞ୍ଚରେ ଏହି ଜେରାର ସମ୍ମୁଖୀନ ହୋଇଛନ୍ତି।
ଏଣେ ବିଦ୍ୟାଶ୍ରୀ ମଧ୍ୟ କଟକ ଚାଲି ଯାଇଛନ୍ତି। ଆଦିତ୍ୟଙ୍କ ବାପା-ମା’ ନିଜ ଘର ବୌଦ୍ଧକୁ ଫେରି ଯାଇଛନ୍ତି। ସେଠାକୁ ଫେରିଯିବା ପରେ ସଙ୍ଗିନ ଅଭିଯୋଗ କରିଛନ୍ତି ଆଦିତ୍ୟଙ୍କ ମା’ ପଦ୍ମାଳୟା। ଆଦିତ୍ୟଙ୍କର ଅନ୍ୟତମ ବନ୍ଧୁ କଟକର ବିକାଶ ସାହୁ କହିଛନ୍ତି, ପଦ୍ମାଳୟା ଗତକାଲି ମୋତେ ଫୋନ୍ କରିଥିଲେ। କହିଥିଲେ ଯେ, ‘ଭୁବନେଶ୍ବରରେ ଥିବା ବେଳେ ସେ ଚାପରେ ଥିଲେ। ଆଦିତ୍ୟଙ୍କ ମୃତ୍ୟୁ ମାମଲା ଏକ ଆତ୍ମହତ୍ୟା, ଅଧିକ ଘଣ୍ଟାଘଣ୍ଟି କଲେ ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ତାଙ୍କୁ ଜଣେ ସରକାରୀ ଅଫିସର ଫୋନ୍ କରି କହିଥିଲେ। ଏଣୁ ସେ କିଛି କରି ପାରିନଥିଲେ। ଏସବୁ ବାର୍ତ୍ତାଳାପ ଫୋନ୍ରେ ରେକର୍ଡ ଥିବାରୁ ବୌଦ୍ଧ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।’ ଏହି ପ୍ରସଙ୍ଗ ଏବେ ମାମଲାକୁ ବିଚିତ୍ର ମୋଡ଼ ଦେବାକୁ ଯାଉଛି।
ଅନ୍ୟପଟେ ବିସ୍ମିଥ୍ ଦାସ ନିୟମିତ ଭାବରେ ଫେସ୍ବୁକ୍ରେ ଲାଇଭ୍ କରି ଆଦିତ୍ୟ ମୃତ୍ୟୁକୁ ନେଇ ବିଭିନ୍ନ ଲୋକଙ୍କୁ ଦାୟୀ କରୁଛନ୍ତି। ଆଜି ଏକ ଘଣ୍ଟାର ଲାଇଭ୍ରେ ସେ ଆଦିତ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଶ୍ରୀ ସାଇକୋ ହୋଇ ଯାଇଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ‘ମୁଁ ବିଦ୍ୟାଶ୍ରୀଙ୍କ ପାଖକୁ ଯାଇଥିଲି। ସେ ସବୁଦିନ ଡାଏରି ଲେଖୁଛନ୍ତି। ଏଥିରେ ଜଣେ ସରକାରୀ ଚାକିରି କରିଥିବା ମହିଳା, ସାମଲ ବାବୁ ଓ ଜେନା ବାବୁଙ୍କ ନାମ ରହିଛି। ଏମାନେ ବିଦ୍ୟାଶ୍ରୀଙ୍କୁ ଦୋଷୀ ସଜାଉଛନ୍ତି। ବିଦ୍ୟାଶ୍ରୀଙ୍କୁ ଦୋଷୀ ସଜାଇବାକୁ କେତେକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ସେ ଅଫିସ୍ ଯାଉଛନ୍ତି ହେଲେ ସେଠାରେ ଖାଉ ନାହାନ୍ତି। ବହୁତ ଟେନ୍ସନ୍ରେ ଅଛନ୍ତି। ତାଙ୍କର କ’ଣ ହେଇଗଲେ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ଅନେକ ପ୍ରସଙ୍ଗ ଏବେ ମାମଲାକୁ ଜଟିଳ କରିଛି।
from ରାଜ୍ୟ – Sambad https://ift.tt/3kSSHrU
0 Comments