ଶବ ସତ୍କାରକୁ ନେଇ ବିବାଦ : ଦରପୋଡ଼ା ଶବକୁ ନିଜ ଜମିରେ ପୋତିଲେ

ଆନନ୍ଦପୁର : ଘଷିପୁରା ବ୍ଲକ୍‌ ରାଧିକାଦେଇପୁର ଗ୍ରାମରେ ଆଜି ଘଟିଛି ଅମାନବୀୟ ଘଟଣା। ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ପରେ କିଛି ଲୋକ ଗାଁ ଶ୍ମଶାନରେ ଶବ ପୋଡ଼ିବାକୁ ଦେଇ ନଥିଲେ। ପରେ ବିବାଦ ଏଭଳି ରୂପ ନେଲା ଯେ ପରିବାର ଲୋକେ ବାଧ୍ୟହୋଇ ଦରପୋଡ଼ା ଶବକୁ ଜୁଇରୁ ନେଇ ନିଜ ଜମିରେ ପୋତିଥିଲେ।

ଘଷିପୁରା ବ୍ଲକ୍‌ ରାଧିକାଦେଇପୁର ଗ୍ରାମର ଦୁର୍ଯ୍ୟଧନ ସେଠୀଙ୍କ ମା’ ରେଖା ସେଠୀ (୬୫)ଙ୍କ ଆଜି ଦିନ ସାଢ଼େ ୧୨ଟା ବେଳେ ମୃତ୍ୟୁ ଘଟିଥିଲା। ଗ୍ରାମ ଶ୍ମଶାନରେ ଶବ ସତ୍କାରକୁ କିଛି ଲୋକ ବିରୋଧ କରିଥିଲେ। ଫଳରେ ପରିବାର ଏବଂ ସଂପର୍କୀୟ ଶବକୁ ଖଇଳ ଗ୍ରାମ ସୀମାରେ ଥିବା ରେମାଳ ନଦୀ କୂଳକୁ ପୋଡ଼ିବା ପାଇଁ ନେଇଥିଲେ। ସେଠାରେ ଜୁଇ ଜଳୁଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛିଲୋକ ଠେଙ୍ଗା ଧରି ପହଞ୍ଚି ଅନ୍ୟ ଗାଁର ଶବକୁ ଏଠାରେ କାହିଁକି ପୋଡୁଛ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଏଠାରୁ ଶବ ଧରି ଚାଲିଯିବାକୁ ଚେତାବନୀ ଦେଇଥିଲେ। ଫଳରେ ବାଧ୍ୟ ହୋଇ ଜୁଇରେ ପାଣି ଢାଳି ଦରପୋଡ଼ା ଶବକୁ ଏକ ଅଖାରେ ପୂରାଇ ବାଇକ୍‌ରେ ଫେରାଇ ଆଣିଥିଲେ। ପରିବାରବର୍ଗ ଶେଷରେ କାଠପାଳରେ ଥିବା ନିଜ ଜମିରେ ଶବ ପୋତିଥିବା ମୃତକଙ୍କ ପୁତୁରା ଭରତ ସେଠୀ କହିଛନ୍ତି।



from ରାଜ୍ୟ – Sambad https://ift.tt/3i15XK2

Post a Comment

0 Comments