
ପାଳଲହଡ଼ା : ପାଳଲହଡ଼ା ବିଧାୟକ ମୁକେଶ ପାଳ କରୋନା ସଂକ୍ରମିତ ହୋଇଛନ୍ତି। ପାଳଲହଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବିଧାୟକ ଶ୍ରୀ ପାଳଙ୍କ ସମେତ ଆଜି ୫ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ବିଧାୟକ ଶ୍ରୀ ପାଳ କରୋନା ସଂକ୍ରମିତ ବୋଲି ଏଥିରୁ ଜଣାପଡ଼ିଥିବା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ ମୁତାବକ ବିଧାୟକ ଶ୍ରୀ ପାଳ ଏବେ ବାଲିପଶି ଗାଁରେ ଥିବା ନିଜ ଘରେ ସଙ୍ଗରୋଧରେ ରହିଛନ୍ତି।
from ରାଜ୍ୟ – Sambad https://ift.tt/3clhdi7
0 Comments