ସାହସିକତା ପୁରସ୍କାର ପାଇଥିବା ନାବାଳିକାକୁ ଅପହରଣ

ମହାକାଳପଡା : ସାହସିକତା ପୁରସ୍କାର ପାଇଁ ସାରାରାଜ୍ୟରେ ଚର୍ଚ୍ଚିତ ହୋଇଥିବା ନାବାଳିକାକୁ ଅପହରଣ କରି ନେଇଛି ଜଣେ ଯୁବକ। ଏ ସଂପର୍କରେ ନାବାଳିକାର ମା’ ଜମ୍ବୁ ଥାନାରେ ଅଭିଯୋଗ କରିଛନ୍ତି।

୨୦୧୯ ମସିହା ବତୀଘର ଡଙ୍ଗା ବୁଡ଼ି ଘଟଣା‌ରେ ଆହତମାନଙ୍କ ଜୀବନ ବଂଚାଇବାରେ ଯେଉଁ କେତେଜଣ ଝିଅ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏହି ନାବାଳିକା। ଏହି ସାହସିକତା ପାଇଁ ତାଙ୍କୁ ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଗତ ସ୍ବାଧୀନତା ଦିବସ ଅବସରରେ ଭାରତୀୟ ଶିଶୁ କଲ୍ୟାଣ ପରିଷଦ ପକ୍ଷରୁ ମଧ୍ୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କୁ ଅପହରଣ କରାଯାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ଜଗତସିଂହପୁର ସାଲିଓ ଗ୍ରାମର ମନୋରଂଜନ ଖାଡାଙ୍କ ପୁଅ ପ୍ରତାପ ତାଙ୍କ ଝିଅକୁ ଅପହରଣ କରିନେଇଛନ୍ତି। ଏପରିକି, ବିବାହ କରିବା ପାଇଁ ବାଧ୍ୟ କରାଯାଉଛି। ଏ ନେଇ ଜମ୍ବୁ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରାଯାଇଥିଲାବେଳେ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ କହିଛନ୍ତି।



from ରାଜ୍ୟ – Sambad https://ift.tt/2EGAH4q

Post a Comment

0 Comments