ସେପ୍ଟେମ୍ବର ମାସରେ ଶନିବାର ଦିନ ଅଦାଲତ ବନ୍ଦ ରହିବ

କଟକ : ସେପ୍ଟେମ୍ବର ମାସରେ ପ୍ରତ୍ୟେକ ଶନିବାର ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ଏ ନେଇ ହାଇକୋର୍ଟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୩୧ରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଆଧାରରେ ହାଇକୋର୍ଟ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ମାସର କାର୍ଯ୍ୟଦିବସ ଥିବା ସମସ୍ତ ଶନିବାର ଦିନ ରାଜ୍ୟର ସମସ୍ତ ସବ୍‌ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ), ଟ୍ରିବୁନାଲ ଓ ଏ ସଂପର୍କିତ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।



from ରାଜ୍ୟ – Sambad https://ift.tt/3jQBiQa

Post a Comment

0 Comments