ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅଞ୍ଚଳର ଜଣେ ଚୋରା ହୀରା ବେପାରୀ ଗିରଫ, ୨୫ ଲକ୍ଷ ଟଙ୍କାର ହୀରା ଜବତ

ସିନାପାଲି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅଞ୍ଚଳର ଜଣେ ଚୋରା ହୀରା ବେପାରୀଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ତାଙ୍କଠାରୁ ୧୭୧ ଖଣ୍ଡ ହୀରା ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସିନାପାଲି ଥାନା ଅନ୍ତର୍ଗତ ଗୋଡଲ ଗ୍ରାମର ସୁନ୍ଦର ପଟେଲଙ୍କ ପୁଅ ନୂତନ ପଟେଲ(୫୫) ଛତିଶଗଡ଼ର ପୋଇଲିଖଣ୍ଡ ହୀରାଖଣିରୁ ୧୭୧ ଖଣ୍ଡ ହୀରା ଚୋର କରି ନେଇ ଆସୁଥିଲେ। ଛତିଶଗଡ଼ର ଦେଭୋଗ ଥାନା ଅଧିକାରୀ କୌଣସି ସୂତ୍ରରୁ ଏହି ଖବର ପାଇ ଗୋଟିଏ ଟିମ ଗଠନ କରି କଇଟପଦର ପାଖରେ ଲୁଚି କରିଥିଲେ। ନୂତନ ପଟେଲ ମୋଟର ସାଇକେଲ ନମ୍ବର (ସିଜି ୦୫ ଡବ୍ଲୁ ୯୪୬୭)ରେ ଆସୁଥିବା ସମୟରେ ଧରି ଥିଲେ ନୂତନ ପଟେଲଙ୍କୁ ପୁଲିସ୍ ଧରିଥିଲା। ତାଙ୍କ ପାଖରୁ ୧୭୧ ଖଣ୍ଡ ହୀରା ଜବତ କରିଥିଲା। ଏହି ହୀରାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି।

ଏହାପରେ ନୂତନ ପଟେଲଙ୍କ ନାଆଁରେ ଦେଭୋଗ ଥାନାରେ ମାମଲା ରୁଜୁ କରିବା ସହିତ କେଶ୍ ନଂ-୧୩୫/୨୦୨୦ରେ ଧାରା ୩୭୯/୪(୨୧) ଅନୁଯାୟୀ ମାଇନିଂ ଆକ୍ଟରେ ଗିରଫ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।



from ରାଜ୍ୟ – Sambad https://ift.tt/3lZfBiH

Post a Comment

0 Comments