ଶନିବାର ଯୁକ୍ତ୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର : ସେପ୍ଟେମ୍ବର ୫ ତଥା ଶନିବାର ଅପରାହ୍‌ଣ ୪ଟାରେ ଯୁକ୍ତ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କଳା ବିଭାଗ ପରୀକ୍ଷାଫଳ ଉନ୍ମୋଚନ କରିବେ। ଏହା ପରେ ଛାତ୍ରଛାତ୍ରୀମାନେ https://ift.tt/1pMnV5n କିମ୍ବା https://ift.tt/1pMnV5n ୱେବ୍‌ସାଇଟ୍‌ରେ ସେମାନଙ୍କ ରୋଲ୍‌ ନମ୍ବର ଓ ଆବଶ୍ୟକ ତଥ୍ୟ ଦେଇ ପରୀକ୍ଷା ଫଳ ଜାଣିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଆଜି ସୂଚନା ଦେଇଛନ୍ତି।

ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷାଫଳ ପୂର୍ବରୁ ପ୍ରକାଶ ପାଇ ସାରିଥିବା ବେଳେ କଳା ଓ ଧନ୍ଦାମୂଳକ ବିଭାଗର ଫଳ ବାକି ରହିଥିଲା। ଉକ୍ତ ଦୁଇ ପରୀକ୍ଷାଫଳ ଏକାସାଙ୍ଗରେ ପ୍ରକାଶ ପାଇବ ବୋଲି ଆଶା କରାଯାଉଥିଲା। ତେବେ କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ ନେଇ ମନ୍ତ୍ରୀ ଶ୍ରୀ ଦାଶ ଘୋଷଣା କରିଥିବା ବେଳେ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ନେଇ କିଛି ସୂଚନା ଦିଆଯାଇନାହିଁ। ଏଥର ୨ ଲକ୍ଷ ୨୭ ହଜାର ଛାତ୍ରଛାତ୍ରୀ ଯୁକ୍ତ୨ କଳା ବିଭାଗରେ ପରୀକ୍ଷା ଦେଇଛନ୍ତି।



from ରାଜ୍ୟ – Sambad https://ift.tt/3lYutxM

Post a Comment

0 Comments