ଦେଶର ଶ୍ରେଷ୍ଠ ଯୁବ ଆଇନଜୀବୀଙ୍କ ମଧ୍ୟରେ ଇଷ୍ଟର୍ଣ୍ଣ ମିଡିଆର ନିର୍ଦ୍ଦେଶକ ଅଭନିଶ ଶର୍ମା

ଭୁବନେଶ୍ବର : ଆଇନ ଦୁନିଆରେ ବିଶେଷ ପ୍ରଭାବ ପକାଇଥିବା ଦେଶର ୪୦ ବର୍ଷରୁ କମ୍ ବୟସର ୪୦ ଜଣ ପ୍ରତିଭାବାନ ଯୁବ ଆଇନଜୀବୀଙ୍କୁ ମନୋନୀତ କରି ବିଡବ୍ଲୁ ଲିଗାଲ୍‌ ୱାର୍ଲଡ୍‌ ପକ୍ଷରୁ ପୁରସ୍କୃତ କରାଯାଇଛି। ଏହି ମର୍ଯ୍ୟାଦାଜନକ ତାଲିକାରେ ଶ୍ରେଷ୍ଠ ୪୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଇଷ୍ଟର୍ଣ୍ଣ ମିଡିଆର ନିର୍ଦ୍ଦେଶକ ତଥା ଖୈତାନ ଏଣ୍ଡ୍‌ କୋ’ର ପାର୍ଟନର ଅଭନିଶ ଶର୍ମା। ଦିଲ୍ଲୀରେ ଅବସ୍ଥାନ କରୁଥିବା ଶ୍ରୀ ଶର୍ମା ହେଉଛନ୍ତି ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜାମାତା।

ପ୍ରତିଭାବାନ ଯୁବ ଆଇନଜୀବୀଙ୍କୁ ବାଛିବା ଲାଗି ବିଡବ୍ଲୁ ଲିଗାଲ୍‌ ୱାର୍ଲଡ୍‌ ପକ୍ଷରୁ ସାରା ଦେଶରେ କରାଯାଇଥିବା ଚୟନ ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟକୁ ମୋଟ ୧୦୪ ଜଣ ମନୋନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବିଚାରକ ମଣ୍ଡଳୀ ୬୨ ଜଣଙ୍କୁ ପରବର୍ତୀ ପର୍ଯ୍ୟାୟକୁ ନେବା ଲାଗି ନିଷ୍ପତ୍ତି ନେଇଥିଲେ। ପୂର୍ବତନ ଅତିରିକ୍ତ ସଲିସିଟର ଜେ‌ନେରାଲ୍ ପି ଏସ୍‌ ନରସିଂହ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା ଓ ବିଭିନ୍ନ ଲ’ ଫାର୍ମର ଅଧିକାରୀଙ୍କୁ ନେଇ ଗଠନ କରାଯାଇଥିବା ଚୟନ କମିଟି ପ୍ରତିଟି ଆବେଦନକୁ ଅନୁଧ୍ୟାନ କରିବା ପରେ ଏହି ୪୦ ଶ୍ରେଷ୍ଠ ଆଇନଜୀବୀଙ୍କ ନାମ ଚୟନ କରିଛନ୍ତି।

ସେମାନଙ୍କୁ ପୁରସ୍କୃତ କରିବା ଲାଗି ଆୟୋଜନ କରାଯାଇଥିବା ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଥାଇରୋକେୟାରର ଏମ୍‌ଡି ଡକ୍ଟର ଭେଲୁମଣି, ବିଡବ୍ଲୁ ବିଜନେସ୍‌ ୱାର୍ଲଡ୍‌ ଓ ଏକ୍ସଚେଞ୍ଜ୍‌ ଫର ମିଡିଆ ଗ୍ରୁପ୍‌ର ମୁଖ୍ୟ ସମ୍ପାଦକ ଓ ଅଧ୍ୟକ୍ଷ ଡକ୍ଟର ଅନୁରାଗ ବାତ୍ରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।



from ରାଜ୍ୟ – Sambad https://ift.tt/2RpRkEo

Post a Comment

0 Comments