ଲୋୟର ସୁକତେଲ ଓ ବାଇପାସ୍‌ ରାସ୍ତା କେବେ: ନରସିଂହ

ଭୁବନେଶ୍ୱର : ଲୋୟର ସୁକତେଲ ପ୍ରକଳ୍ପ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଖୋଦ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତିକୁ ବି କାର୍ଯ୍ୟକାରୀ କରାଯାଇନି। ସେହିପରି ସମ୍ବଲପୁରରୁ ଟିଟିଲାଗଡ଼ ବାଇପାସ୍‌ ରାସ୍ତ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇନି। ବୁଧବାର ବୈଧାନିକ ପ୍ରଶ୍ନ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବୈଠକ ହୋଇଥିଲା। ଏହି ବୈଠକରେ ଶ୍ରୀ ମିଶ୍ରଙ୍କ ସମେତ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିଲେ। ୨୦୧୯ ଡିସେମ୍ବର ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ ନିଜେ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେସୁଦ୍ଧା ପ୍ରକଳ୍ପ କାମ ଆରମ୍ଭ ହୋଇନି। ସମ୍ପୃକ୍ତ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପଚାରିବାକୁ ଆସନ୍ତା ଦଶହରା ପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି। କିନ୍ତୁ ବାସ୍ତବ କଥା ହେଉଛି କରୋନା ମହାମାରୀ ଆଳରେ ପ୍ରକଳ୍ପ ନିର୍ମାଣ ପାଇଁ ଆସିଥିବା ମେସିନ୍‌ସବୁକୁ ପ୍ରକଳ୍ପ ସାଇଟ୍‌ରୁ ହଟାଇ ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ ଆଉ କିଛି ଜମି ଅଧିଗ୍ରହଣ ହେବା ବାକି ଅଛି। କିନ୍ତୁ ସରକାର ଏ ପର୍ଯ୍ୟନ୍ତ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ନିଯୁକ୍ତ କରିନଥିବାରୁ ଜମି ଅଧିଗ୍ରହଣ ମଧ୍ୟ ହୋଇପାରୁନି। ଏ ନେଇ ପୁଣି ଥରେ ବାଚସ୍ପତି ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଥିଲେ। ସେହିପରି ୨୦୦୧ ମସିହାରୁ ଶୁଭ ଦିଆଯାଇଥିବା ସମ୍ବଲପୁର-ଟିଟିଲାଗଡ଼ ବାଇପାସ୍‌ ନେଇ ଶ୍ରୀ ମିଶ୍ର କହିଥିଲେ ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇପାରିନି। କାରଣ ଏହି ପ୍ରକଳ୍ପର ପୋର୍ଟାଲର ବୈଷୟିକ ଅସୁବିଧା ଯୋଗୁଁ ଅଧିଗୃହୀତ ହୋଇଥିବା ଜମିର ୯୦% ଜମି ମାଲିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇପାରିନି।



from ରାଜ୍ୟ – Sambad https://ift.tt/3jjQwgC

Post a Comment

0 Comments