ପ୍ରଥମଥର ପୁଲିସ କର୍ମଚାରୀଙ୍କୁ ମିଳିବ ଆନ୍ତରିକ ସୁରକ୍ଷା ପଦକ

କଟକ : ନକ୍ସଲ ପ୍ରଭାବିତ ଅଞ୍ଚଳରେ ଦୁଇ ବର୍ଷ କାର୍ଯ୍ୟ କରିଥିବା ପୁଲିସ କର୍ମଚାରୀଙ୍କୁ ଆନ୍ତରିକ ସୁରକ୍ଷା ସେବା ପଦକ ପ୍ରଦାନ କରାଯିବ। ପୁଲିସ ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ପଦକ ପ୍ରଦାନ କରିବାକୁ ଯାଉଛି। ମୋଟ ୧୭ ଶହ ୯ ପୁଲିସ କର୍ମଚାରୀଙ୍କୁ ଏହି ପଦକ ପ୍ରଦାନ କରାଯିବ। ଗୃହ ମନ୍ତ୍ରାଳୟ ପକ୍ଷରୁ ଏଭଳି ପଦକ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଆଧାରରେ ଓଡ଼ିଶା ପୁଲିସ ଡିଜି ଆଜି ଏହି ପଦକ ପ୍ରଦାନ ସଂକ୍ରାନ୍ତରେ ଘୋଷଣା କରିଥିବା ସୂଚନା ମିଳିଛି।



from ରାଜ୍ୟ – Sambad https://ift.tt/305qPc1

Post a Comment

0 Comments