ମା’ଙ୍କ ଉପରକୁ ଛୁରି ଫିଙ୍ଗି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଥାନା ଅଞ୍ଚଳରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ରଘୁନାଥପୁର ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କୁ ଛୁରିରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ନିତ୍ୟାନନ୍ଦ ଦାସ ଓ ତାଙ୍କ କଲ୍ୟାଣୀ (୬୫)ଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନିତ୍ୟାନନ୍ଦ ମାଆଙ୍କ ଉପରକୁ ଛୁରି ଫିଙ୍ଗିଥିଲେ। ଏଥିରେ କଲ୍ୟାଣୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ରଘୁନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣ ଘଟାଇବା ପରେ ଅଭିଯୁକ୍ତ ଛାତ ଉପରକୁ ଛୁରି ଧରି ଚାଲି ଯାଇଥିଲା।
ତେବେ, ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା। ଏହାପରେ ଅଭିଯୁକ୍ତ ନିତ୍ୟାନନ୍ଦଙ୍କୁ ଥାନା ଅଟକ ରଖି ପୁଲିସ୍ ପଚରାଉଚରା କରୁଥିବା ଜଣାଯାଇଛି। ଏହି ଘଟଣା ରଘୁନାଥପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।



from ରାଜ୍ୟ – Sambad https://ift.tt/34ZXCCE

Post a Comment

0 Comments